ବିସିସିଆଇ ଆଇପିଏଲ ପାଇଁ କୋଭିଡ ନିୟମ କଠୋର କଲେ

ବିସିସିଆଇ ଆଇପିଏଲ ପାଇଁ କୋଭିଡ ନିୟମ କଠୋର କଲେ

ବିସିସିଆଇ ଆଇପିଏଲ ପାଇଁ କୋଭିଡ ନିୟମ କଠୋର କଲେ
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ସାଢେ଼ ୩ ଲକ୍ଷରୁ ଅଧିକ ହେଉଥିବା ବେଳେ ଆଇପିଏଲର ମ୍ୟାଚସବୁ କିନ୍ତୁ ଚାଲିଛି । ତେବେ କରୋନା ସଂକ୍ରମଣ ହାର ବୃଦ୍ଧି ଯୋଗୁଁ ବିସିସିଆଇ ଆଇପିଏଲ ପାଇଁ କରୋନା କଟକଣା ଅଧିକ କଠୋର କରିବାକୁ ବାଧ୍ୟ ହୋଇଛି । ବାହାରେ ପରିସ୍ଥିତି ଭୟାନକ ଥିବା ବେଳେ ଆଇପିଏଲର ଜୈବ ନିରାପତ୍ତା ବଳୟ ମଧ୍ୟରେ ଖେଳାଳି ଓ ସର୍ପୋଟ ଷ୍ଟାଫ ସୁରକ୍ଷିତ ଅଛନ୍ତି । ହେଲେ ବୁଧବାରଠାରୁ ନୂତନ ନିୟମ ବିସିସି୍ରାଇ ଲାଗୁ ରହିଛି । ପୂର୍ବରୁ ଖେଳାଳି ହୋଟେଲରୁ ବାହାରକୁ ଖାଇବା ପାଇଁ ଯିବାରେ କଟକଣା ଥିଲା । ହେଲେ ସେମାନେ ବାହାରୁ ଖାଦ୍ୟ ମଗାଇ ଖାଇ ପାରୁଥିଲେ । ହେଲେ ଏବେ ଠାରୁ ହୋଟେଲ ବାହାରୁ ଆଉ ଖାଦ୍ୟ ଖେଳାଇ ମଗାଇ ପାରିବ ନାହିଁ । ଖେଳାଳି ରହୁଥିବା ହୋଟେଲ ହିଁ ସେମାନଙ୍କୁ ଖାଦ୍ୟ ଯୋଗାଇବ । ପୁଣି ପୂର୍ବରୁ ନିୟମ ଥିଲା ଯେ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ପ୍ରତି ୫ ଦିନରେ ଥରେ କୋଭିଡ ପରୀକ୍ଷା କରାଯିବ । ହେଲେ ଏଣିକି ପ୍ରତି ୨ ଦିନରେ ସେମାନଙ୍କର କୋଭିଡ ପରୀକ୍ଷା କରାଯିବ ବୋଲି ବୁଧବାର ବିସିସିଆଇ ଘୋଷଣା କରିଛି । ପୁଣି ମେ ୧ରୁ ଆଇପିଏଲ ଖେଳୁଥିବା ସମସ୍ତ ଭାରତୀୟ ଖେଳାଳିଙ୍କୁ କୋଭିଡ ଟିକା ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି ।