କ୍ରିକେଟକୁ ଧୋନି ଓ ରୈନାଙ୍କ ବାଏ ବାଏ
କ୍ରିକେଟକୁ ଧୋନି ଓ ରୈନାଙ୍କ ବାଏ ବାଏ
admin
Aug 16, 2020 - 11:47
Updated: Aug 16, 2020 - 11:47
ନୂଆଦିଲ୍ଲୀ: ଭାରତ ତଥା ଟିମ୍ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକ କୁହାଯାଉଥିବା ମହେନ୍ଦ୍ରସିଂହ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ ୨୦୧୯ ବିଶ୍ପକପରେ ଭାରତ ପକ୍ଷରୁ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ଭାରତ ପରାଜିତ ହୋଇଥିଲା । ଏହାପରେ ଗତ କିଛି ମାସ ଧରି ତାଙ୍କର କ୍ରିକେଟ୍ କ୍ୟାରିଅରକୁ ନେଇ ବେଶ୍ ଚର୍ଚା ଚାଲିଥିଲା । ମାତ୍ର ଅଚାନକ ଆଜି ସେ ଅବସର ନେଇଥିବା ଖବର ମିଳିଛି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏ ସଂପର୍କରେ ସୂଚନା ଦେଇଛନ୍ତି ।
ମହେନ୍ଦ୍ରସିଂହ ଧୋନୀ ଓରଫ୍ ମାହି ଓରଫ୍ ଏମଏସଡ଼ି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । ଯାହାଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ ଏକ ସମୟରେ ସଫଳତାର ଶିଖରରେ ପହଞ୍ଚିଥିଲା । ତାଙ୍କୁ ଭାରତୀୟ ଦଳର ଅଧିନାୟକ ଭାବରେ ମନୋନୀତ କରାଯିବା ବେଳେ ଏ କଥା କେହି କେବେ ଭାବି ନ ଥିଲେ ଯେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟକୁ ଏକ ନୂଆ କକ୍ଷପଥରେ ପହଞ୍ଚାଇବେ । ରାହୁଳ ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଧୋନୀଙ୍କୁ ମିଳିଥିଲା ଏହି ଦାୟିତ୍ଵ । ୨୦୦୭ରେ ସେ ପ୍ରଥମଥର ଆୟୋଜିତ ଟି-୨୦ ବିଶ୍ଵକପରେ ଭାରତୀୟ ଯୁବ ଖେଳାଳିଙ୍କୁ ନେଇ ଦକ୍ଷିଣ ଆଫ୍ରିକାରେ ଭାରତୀୟ ବିଜୟ ପତାକା ଉଡ଼ାଇବାରେ ସକ୍ଷମ ହୋଇଥିଲେ ।
୨୦୧୪ରେ ସେ ଭାରତୀୟ ଟେଷ୍ଟ କ୍ରିକେଟ ଦଳରୁ ଅବସର ନେଇଥିଲେ । ମାତ୍ର ଟି-୨୦ ଓ ଦିନିକିଆ ଦଳର ନିୟମିତ ସଦସ୍ୟ ଥିଲେ । ୨୦୧୯ ବିଶ୍ଵକପରେ ଭାରତୀୟ ଦଳର ପରାଜୟ ପରେ ସେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ । ୱେଷ୍ଟ ଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳରେ ସାମିଲ ନ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଭାରତୀୟ ସେନାରେ କିଛି ସମୟ କାମ କରିବାକୁ ସେ ଚାଲି ଯାଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜ ବି ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ।
ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ଘୋଷଣାର କିଛି ସମୟ ପରେ ଭାରତୀୟ ବିଶ୍ଵକପ ବିଜେତା ଦଳର ସଦସ୍ୟ ସୁରେଶ ରୈନା ମଧ୍ୟ ତାଙ୍କର ପଥ ଅନୁସରଣ କରି ଆନ୍ତର୍ଜାତିକ କ୍ରିକେଟରୁ ବିଦାୟ ଘୋଷଣା କରିଛନ୍ତି ।
ରୈନା ୨୦୧୦ ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଆଇସିିସି ବିଶ୍ଵକପ ମ୍ୟାଚରେ ଶତକ ହାସଲ କରିଥିଲେ । ରୈନାଙ୍କ ସହ ମାତ୍ର ୧୦ ଜଣ ବ୍ୟାଟ୍ସମ୍ୟାନ ୩ ନମ୍ବରରେ ଆସି ଟି-୨୦ରେ ଶତକ ହାସଲ କରିଛନ୍ତି । ୬୦୦୦ ଓ ୮୦୦୦ ଟି-୨୦ ରନ କରିବାରେ ପ୍ରଥମ ଭାରତୀୟ
ରୈନା ଟି-୨୦ କ୍ୟାରିଅରରେ ୬୦୦୦ ଓ ୮୦୦୦ ରନ୍ କରିବାରେ ପ୍ରଥମ ଭାରତୀୟ । ଏ ପର୍ୟ୍ୟନ୍ତ ରୈନା ଟି-୨୦ରେ ୮୩୯୨ ରନ୍ ସଂଗ୍ରହ କରିଛନ୍ତି । ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଲାୟନ୍ସ, ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିଛନ୍ତି ।
ଆଇପିଏଲରେ ପ୍ରଥମ ଖେଳାଳି ଭାବରେ ରୈନା ୫୦୦୦ ରନ୍ ସଂଗ୍ରହ କରିଛନ୍ତି । ବର୍ତମାନ ସୁଦ୍ଧା ଆଇପିଏଲରେ ସେ ସର୍ବାଧିକ ରନ୍ କରିବାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି । କୋହଲି ୧୬୯ ଇନିଂସରୁ ୫୪୧୨ ଓ ରୈନା ୧୮୯ ଇନିଂସରୁ ୫୩୬୮ ରନ ସଂଗ୍ରହ କରିଛନ୍ତି । ରୈନାଙ୍କ ନାମରେ ରହିଛି ଆଇପିଏଲର ସର୍ବାଧିକ କ୍ୟାଚ ରେକର୍ଡ଼ । ଜଣେ ଦକ୍ଷ ଫିଲଡ଼ର ଭାବରେ ରୈନା ୧୦୨ କ୍ୟାଚ ଧରିଛନ୍ତି । ଗୋଟିଏ ମ୍ୟାଚରେ ସେ ୩ଟି କ୍ୟାଚ୍ ମଧ୍ୟ ନେଇଛନ୍ତି ।