ଆଇପିଏଲରେ ୫୦ଟି ଡୋପ୍ ପରୀକ୍ଷା କରିବ ନାଡା

ଆଇପିଏଲରେ ୫୦ଟି ଡୋପ୍ ପରୀକ୍ଷା କରିବ ନାଡା

ଆଇପିଏଲରେ ୫୦ଟି ଡୋପ୍ ପରୀକ୍ଷା କରିବ ନାଡା
ନୂଆଦିଲ୍ଲୀ: ଭାରତର ଜାତୀୟ ଡୋପିଙ୍ଗ ନିରୋଧ ସଂସ୍ଥା (ନାଡା) ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସମୟରେ ମୋଟ ୫୦ଟି ଡୋପ ପରୀକ୍ଷା କରିବ ବୋଲି ଜଣାପଡ଼ିଛି । ଆଇପିଏଲର ୧୩ ଶ ସଂସ୍କରଣ ୟୁଏଇର ୩ଟି ଷ୍ଟାଡିୟମରେ ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ । ଜାଣିବାକୁ ମିଳିଛି ଯେ ୟୁଏଇରେ ନାଡା ୫ଟି ଡୋପ ନିୟନ୍ତ୍ରଣ ଷ୍ଟେସନ (ଡିସିଏସ) ସ୍ଥାପନ । ଏହି ୫ଟି ଡିବିଏସରୁ ଏହା ଆଇପିଏଲରେ ଡୋପିଙ୍ଗ ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରିବ । ଏହି ୫ଟିରୁ ୩ଟି ଡିସିଏସ ମ୍ୟାଚ୍ ଖେଳାଯିବାକୁ ଥିବା ୩ଟି ଷ୍ଟାଡିୟମ ଦୁବାଇ, ଆବୁଧାବି ଓ ଶାରଜାରେ ଏବଂ ବାକି ୨ଟି ଡିସିଏସ ୨ଟି ଅଭ୍ୟାସ ଗ୍ରାଉଣ୍ଡ ଦୁବାଇର ଆଇସିସି ଏକାଡେମୀ ଓ ଆବୁଧାବିର ଆବୁ ଜାୟେଦ କି୍ରକେଟ ଷ୍ଟାଡିୟମରେ ରହିବ । ନାଡାର ନିଦେ୍ର୍ଧଶକ ନବୀନ ଅଗ୍ରୱାଲ କହିଛନ୍ତି ଯେ ଏହାର ଡୋପ ନିୟନ୍ତ୍ରଣ ଅଧିକାରୀ ମ୍ୟାଚ ସମୟରେ ଏବଂ ଅଭ୍ୟାସ ସମୟରେ ଯେକୌଣସି ଖେଳାଳିଙ୍କୁ ଚାହିଁବେ, ତାଙ୍କୁ ପରୀକ୍ଷା ପାଇଁ ମୂତ୍ର ନମୁନା ଦେବାକୁ କହିବେ । ତେବେ ସମସ୍ତଙ୍କର ଡୋପ ପରୀକ୍ଷା ହେବ ନାହିଁ । ମୋଟ ୫୦ ଜଣଙ୍କର ଡୋପ ପରୀକ୍ଷା ହେବ । ଏହା ସହ ନାଡା କହିଛି ଯେ ମୂତ୍ର ନମୁନା ତ ନିଶ୍ଚୟ ସଂଗ୍ରହ କରାଯିବ । ତେବେ ରକ୍ତ ନମୁନା ସଂଗ୍ରହକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇପାରିବ ନାହିଁ । ଆନ୍ତର୍ଜାତିକ କି୍ରକେଟରଙ୍କ ସହ ନାମୀ ଭାରତୀୟ କ୍ରିକେଟର, ଯେପରି ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ସୁରେଶ ରୈନା ପ୍ରଭୃତିଙ୍କର ଡୋପ ପରୀକ୍ଷା କରାଯାଇପାରେ । ଡୋପ ପରୀକ୍ଷା ପାଇଁ ନାଡା ୩ଟି ଦଳ ଗଠନ କରିବ । ପ୍ରତି ଦଳରେ ୫ ଜଣ ରହିବେ । ଏହି ୫ ଜଣଙ୍କ ମଧ୍ୟରେ ନାଡାର ଜଣେ ବରିଷ୍ଠ ଅଧିକାରୀ, ୨ ଜଣ ଡୋପ ନିୟନ୍ତ୍ରଣ ଅଧିକାରୀ (ଡିସିଓ) ଏବଂ ୟୁଏଇ ଡୋପିଙ୍ଗ ନିରୋଧ ସଂସ୍ଥାର ଦୁଇ ଜଣ ଅଧିକାରୀ ରହିବେ ।ଏହି ଦଳ ପାଳି କରି ୟୁଏଇ ଯିବେ । ପ୍ରଥମ ଦଳ ସେପ୍ଟେମ୍ବର ସପ୍ତାହରେ ଯିବେ । ପରେ ନିୟମିତ ବ୍ୟବଧାନରେ ୨ଟି ଦଳ ୟୁଏଇ ଯିବେ ।