ଅବସର ନିଷ୍ପତ୍ତି ବଦଳାଇବେ ଯୁବି

ଅବସର ନିଷ୍ପତ୍ତି ବଦଳାଇବେ ଯୁବି

ଅବସର ନିଷ୍ପତ୍ତି ବଦଳାଇବେ ଯୁବି
ନୂଆଦିଲ୍ଲୀ: ପ୍ରତିଦ୍ୱନ୍ଦ୍ୱିତାମୂଳକ କି୍ରକେଟରୁ ଅବସର ନେଇ ସାରିଥିବା ପ୍ରସିଦ୍ଧ ବ୍ୟାଟସମ୍ୟାନ ଯୁବରାଜ ସିଂହ ନିଷ୍ପତ୍ତି ବଦଳାଇବାକୁ ଚିନ୍ତା କରୁଛନ୍ତି । ପୁଣି ଥରେ ଘରୋଇ କି୍ରକେଟ ଖେଳିବାକୁ ସେ ମନ ବଳାଇଛନ୍ତି । ଏ ପ୍ରସଙ୍ଗରେ ସେ ଲିଖିତ ଭାବେ ବିସିସିଆଇକୁ ଜଣାଇଛନ୍ତି । ପଞ୍ଜାବ ପାଇଁ ସେ ଘରୋଇ କି୍ରକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସେ ଅନୁମତି ମାଗିଛନ୍ତି । ପଞ୍ଜାବ କି୍ରକେଟ ଆସୋସିଏସନ ସମ୍ପାଦକ ଯୁବରାଜ ଖେଳିବା ପାଇଁ ଅନୁରୋଧ କରିଥିଲେ । ତାଙ୍କ କଥା ରଖି ଯୁବରାଜ ପଞ୍ଜାବ ଦଳର କିଛି ଖେଳାଳିଙ୍କ ସହ କିଛି ଦିନ ଅଭ୍ୟାସ ମଧ୍ୟ କରିଥିଲେ । ହରଭଜନଙ୍କ ସହ ମିଶି ସେ ପଞ୍ଜାବକୁ କିଛି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ଯୁବି କହିଛନ୍ତି ଯେ ପଞ୍ଜାବ ପକ୍ଷରୁ ଘରୋଇ କି୍ରକେଟ ଖେଳିବାକୁ ଚାହୁଁଛନ୍ତି । ଏଥିପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅନୁମତି ମାଗିଛି । ବିଦେଶରେ ଅନ୍ୟାନ୍ୟ କି୍ରକେଟ ଲିଗରେ ମଧ୍ୟ ଖେଳିବାକୁ ଚାହୁଁଛି । ସୂଚନା ଯୋଗ୍ୟ, ସେ ପଞ୍ଜାବ ପକ୍ଷରୁ କେବଳ ଟି-ଟ୍ୱେଣ୍ଟି ଖେଳିପାରନ୍ତି ।