ଭାରତରେ କରୋନା ଟୀକା କୋଭିସିଲଡ଼ର ପରୀକ୍ଷଣ ସ୍ଥଗିତ
ଭାରତରେ କରୋନା ଟୀକା କୋଭିସିଲଡ଼ର ପରୀକ୍ଷଣ ସ୍ଥଗିତ
admin
Sep 10, 2020 - 11:23
Updated: Sep 10, 2020 - 11:23
ନୂଆଦିଲ୍ଲୀ : କରୋନା ଟୀକା କୋଭିସିଲଡ଼ର ସଫଳତା ନେଇ ଅନେକ ଆଶାବାଦୀ ଥିଲେ । ଓଡ଼ିଶା ଭଳି କେତେକ ରାଜ୍ୟ ବି ଏନେଇ କମ୍ପାନୀ ସହ କଥାବାର୍ତା ବି କରିସାରିଥିଲେ । ତେବେ ନୈରାଶ୍ୟର କଥା ହେଉଛି, କୋଭିସିଲଡ଼ର ଟୀକା ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି । ଅକ୍ସଫୋଡର଼୍ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ଟୀକାରେ କେତେକ ସମସ୍ୟା ଥିବା ନଜରକୁ ଆସିଛି । ବ୍ରିଟେନର ଜଣେ ବ୍ୟକ୍ତିଙ୍କ ଠାରେ ପାଶ୍ୱର୍ ପ୍ରତିକ୍ରିୟା ପରିଲକ୍ଷିତ ହେବା ପରେ ଏହି ଟୀକାର ପରୀକ୍ଷଣ ସ୍ଥଗିତ ନେଇ ଘୋଷଣା କରାଯାଇଥିଲା । ତେବେ ଭାରତରେ ଏହି ଟୀକା ପରୀକ୍ଷଣ କରାଯିବ ବୋଲି ସେରମ ଇନଷ୍ଟିଚୁ୍ୟଟ ପକ୍ଷରୁ ଘୋଷଣା କରାଯାଇଥିଲା । ସେରମ ଇନଷ୍ଟିଚୁ୍ୟଟ ଏହି ଟୀକାର ମ୍ୟାନୁଫକଚରିଂ କାର୍ଯ୍ୟ ହାତକୁ ନେଇଥିଲା । ତେବେ ସେରମ ପକ୍ଷରୁ ଏଭଳି ଘୋଷଣା ପରେ ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ବିରକ୍ତି ପ୍ରକାଶ କରିଥିଲା । ଏଂସକ୍ରାନ୍ତରେ କମ୍ପାନୀ ଠାରୁ ଜବାବ ତଲବ କରିଥିଲେ ଡିସିଜିଆଇ । ତେବେ ଆଜି ସେରମ ଇନଷ୍ଟିଚୁ୍ୟଟ ପକ୍ଷରୁ କୁହାଯାଇଛିଯେ, ଆମେ ଡିଜିସିଆଇଙ୍କୁ ଗାଇଡ଼ଲାଇନ ପାଳନ କରିବୁ । ଆମେ ସ୍ଥିତିର ସମୀକ୍ଷା କରିବା ସହ ଭାରତରେ ଟୀକାର ପରୀକ୍ଷଣକୁ ସ୍ଥଗିତ ରଖିବୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆଷ୍ଟ୍ରାଜେନେକା ପରୀକ୍ଷଣ ଆରମ୍ଭ ନକରିବା ପର୍ଯ୍ୟନ୍ତ ଟୀକା ପରୀକ୍ଷଣରୁ ବିରତି ନେଉଛୁ ବୋଲି ସେରମ ପକ୍ଷରୁ କୁହାଯାଇଛି ।