କିଏ ହେବ କଂଗ୍ରେସ ମୁଖ୍ୟ : ଅନୁରୋଧ ପ୍ରତ୍ୟାଖ୍ୟାନ କଲେ ପ୍ରିୟଙ୍କା
କିଏ ହେବ କଂଗ୍ରେସ ମୁଖ୍ୟ : ଅନୁରୋଧ ପ୍ରତ୍ୟାଖ୍ୟାନ କଲେ ପ୍ରିୟଙ୍କା
admin
Jul 25, 2019 - 12:06
Updated: Jul 25, 2019 - 12:06
ନୂଆଦିଲ୍ଲୀ: କଂଗ୍ରେସର ନେତୃତ୍ୱ ସଙ୍କଟରେ ଦେଖାଦେଇଛି । ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଦଳ ପାଇଁ ଏଯାବତ କୌଣସି ମୁଖିଆ ନିଯୁକ୍ତ କରାଯାଇପାରୁନି । କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି କଂଗ୍ରେସ ସଭାପତି ହୁଅନ୍ତୁ ବୋଲି ଅନେକ ବରିଷ୍ଠ ନେତା ଚାହିଁଛନ୍ତି । କିଛି ବରିଷ୍ଠ ନେତା ମଧ୍ୟ କହିଛନ୍ତି ଗାନ୍ଧି ପରିବାର ବାହାରୁ ଯଦି ଅନ୍ୟ କେହି କଂଗ୍ରେସ ମୁଖ୍ୟ ହୁଅନ୍ତି ତେବେ ୨୪ ଘଣ୍ଟା ମଧ୍ୟରେ ଦଳରେ ଫାଟ ସୃଷ୍ଟି ହେବ । ସୋନଭଦ୍ର ଗୁଳିକାଣ୍ଡ ଘଟଣାରେ ପ୍ରିୟଙ୍କା ଯେଉଁଭଳି ପ୍ରତିବାଦ କରିଥିଲେ ସେହି ଘଟଣାକୁ ନେଇ ଅନେକ ବରିଷ୍ଠ ନେତା ଆଶା ପୋଷଣ କରିଛନ୍ତି ଯେ ପ୍ରିୟଙ୍କା ହିଁ କଂଗ୍ରେସ ସଭାପତି ହେବା ପାଇଁ ଯୋଗ୍ୟ । କିନ୍ତୁ ପ୍ରିୟଙ୍କା ସମସ୍ତଙ୍କ ନିରାଶ କରି ସଭାପତି ପଦରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ସଭାପତି ହେବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରିୟଙ୍କା କହିଛନ୍ତି ।
ବରିଷ୍ଠ କଂଗ୍ରେସ ନେତାମାନେ କଂଗ୍ରେସ ସଭାପତି ପଦ ପାଇଁ ଭୋଟ ଗ୍ରହଣ କରିବାକୁ ଏକ ଲଫାପାରେ କିଛି କଂଗ୍ରେସ ନେତାଙ୍କ ନାମ ରଖି ବିଭିନ୍ନ ରାଜ୍ୟର କଂଗ୍ରେସ ନେତା, ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କୁ ଦେଇଥିବା କୁହାଯାଇଛି । ଲଫାପାରେ ୭ ଜଣ ବରିଷ୍ଠ ନେତାଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ମଲ୍ଳିକାର୍ଜୁନ ଖଡଗେ, ସୁଶୀଲ କୁମାର ସିନ୍ଦେ, ଦିଗବିଜୟ ସିଂହ, କୁମାରୀ ସୌଲକା, ମୁକୁଲ ୱାସନିକ, ସଚିନ ପାଇଲନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅନେକ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାରୁ ଫେରିବାକୁ ଅପେକ୍ଷା କରିଛନ୍ତି । ରାହୁଲ ଗାନ୍ଧି ଆମେରିକାରୁ ଫେରିବା ପରେ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି । କଂଗ୍ରେସର ପ୍ରଥମେ ଜଣେ ଅନ୍ତରୀଣ ଅଧ୍ୟକ୍ଷ ରହିବେ ଏବଂ ପରେ ନିର୍ବାଚନ ହେବ ବୋଲି କୁହାଯାଇଛି ।