ସୁଶାନ୍ତଙ୍କ ମୃତୁ୍ୟ ନେଇ ୩ ଥିଓରି

ସୁଶାନ୍ତଙ୍କ ମୃତୁ୍ୟ ନେଇ ୩ ଥିଓରି

ସୁଶାନ୍ତଙ୍କ ମୃତୁ୍ୟ ନେଇ ୩ ଥିଓରି
ସୁଶାନ୍ତଙ୍କ ମୃତୁ୍ୟକୁ ନେଇ ବିଭିନ୍ନ ଲୋଭ ଭିନ୍ନ ଭିନ୍ନ କଥା ଆଲୋଚନା କରୁଛନ୍ତି । ଏବେ ଆଶ୍ଚର୍ଯ୍ୟ କଲା ଭଳି ବୟାନ ରଖିଛନ୍ତି ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ । ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଓ ଜିମ ପାର୍ଟନର ସୁନୀଲ ଶୁକ୍ଳା । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁଶାନ୍ତଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ରିୟା ହିଁ ସୁଶାନ୍ତଙ୍କ ମୁଣ୍ଡରେ ସବୁବେଳେ ଅଲୌକିକ ଶକ୍ତି କଥା ଭର୍ତ୍ତି କରୁଥିଲେ । ସୁଶାନ୍ତଙ୍କ ମାନସିକ ସ୍ତରରେ ଅଶାନ୍ତ ରହିଥିବା ବେଳେ ବିଭିନ୍ନ ଅଲୌକିକ ଶକ୍ତି କଥା କହି ରିୟା ତାଙ୍କ ମନରେ ଭ୍ରମ ସୃଷ୍ଟି କରୁଥିଲେ । ଖାଲି ସେତିକି ନୁହେଁ, ସୁଶାନ୍ତଙ୍କ ବୃତ୍ତିଗତ ଜୀବନ ସହ ତାଙ୍କର ଆର୍ଥିକ ଦେଣନେଣ ରିୟା ହିଁ ନିଜେ ନିଜ ନିୟନ୍ତ୍ରଣରେ ରଖିଥିଲେ । ଅନ୍ୟ ପଟେ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଟ୍ୱିଟ ସମସ୍ତଙ୍କୁ ଚକିତ କରିଛି । ସେ ଟ୍ୱିଟ କରି କହିଛନ୍ତ ମୃତୁ୍ୟ ଦିନ ସୁଶାନ୍ତ ଦୁବାଇର ଜଣେ ଡ୍ରଗ ଡିଲରଙ୍କୁ ଭେଟିଥିଲେ । ସେ ଏହି ଅବସରରେ ସୁନନ୍ଦା ପୁଷ୍କର ମାମଲାର ଉଦାହରଣ ଦେଇ କହିଛନ୍ତି, ଯେଉଁଭଳି ଭାବେ ସୁନନ୍ଦା ମୃତୁ୍ୟ ବେଳେ କ’ଣ ଖାଇଥିଲେ, ତାର ଶବ ବ୍ୟବଚ୍ଛେଦ ରିପୋର୍ଟ ତଦନ୍ତର ମୁଖ୍ୟ ତଥ୍ୟ ପାଲଟିଥିଲା, ସେହିଭଳି ଭାବେ ସୁଶାନ୍ତଙ୍କର ପେଟରେ କଣ ଥିଲା ତାହାର ଯାଞ୍ଚ କରାଯାଇନାହିଁ କାହିଁକି? ଦୁବାଇର ଡ୍ରଗ କିଲର ଆୟଶ ଖାନ ସୁଶାନ୍ତଙ୍କ ମୃତୁ୍ୟ ଦିନ ତାଙ୍କୁ ଭେଟିଥିବାରୁ ମୃତୁବେଳକୁ ତାଙ୍କ ପେଟରେ କ’ଣ ଥିଲା ଯାଞ୍ଚ କଲେ ଏହି ମାମଲାର ଏକ ଶୃଙ୍ଖଳ ଯୋଡ଼ି ହୋଇପାରିବ ବୋଲି ସେ କହିଛନ୍ତି । ଏଥିସହ ସ୍ୱାମୀ ଟ୍ୱିଟ କରିଛନ୍ତି, ସୁଶାନ୍ତଙ୍କୁ ବିଷ ଦେଇ ହତ୍ୟା କରାଯାଇଛି । ଯେହେତୁ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ବ ହୋଇଛି । ତେଣୁ ସେ ବିଷ ପାଚନ କି୍ରୟା ଦ୍ୱାରା ହଜମ ହୋଇଯାଇଥିବା ସେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ସୁଶାନ୍ତଙ୍କ ଜିମ ପାର୍ଟନର ସୁନୀଲ ଶୁକ୍ଳା ସିଧାସଳଖ ରିୟାଙ୍କ ବାପା ଓ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କୁ ଦାୟୀ କରିଛନ୍ତି । ସେମାନେ ସୁଶାନ୍ତଙ୍କ ମୃତୁ୍ୟ ଷଡଯନ୍ତ୍ର କରିଥିବା ତଥା ତାଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ସୁଶାନ୍ତଙ୍କୁ ରିୟା ସବୁବେଳେ ତାଙ୍କ ବାପା ଦେଇଥିବା ଔଷଧ ଖୁଆଉଥିଲେ । ସେ ସୁଶାନ୍ତଙ୍କ ଘର ଛାଡ଼ିବା ପରେ ଆଉ କେହି ଜଣେ ସେହି ଔଷଧ ସୁଶାନ୍ତଙ୍କୁ ଖୁଆଇ ଥାଇପାରନ୍ତି ।