କୋହଲି, ବୁମରାଙ୍କୁ ସିଏଟ୍ ପୁରସ୍କାର

କୋହଲି, ବୁମରାଙ୍କୁ ସିଏଟ୍ ପୁରସ୍କାର

କୋହଲି, ବୁମରାଙ୍କୁ ସିଏଟ୍ ପୁରସ୍କାର
ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟ ପୁରସ୍କାର ପାଇବା ଜାରୀ ରହିଛି । ଗତବର୍ଷ ଆଇସିସିର ୩ ସମ୍ମାନ ପାଇଥିବା ଏହି ଭାରତୀୟ ଅଧିନାକୟ ମଙ୍ଗଳବାର ସିଏଟ୍ ପୁରସ୍କାର ମଧ୍ୟରୁ ଦୁଇଟି ହାତେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର୍ ଏବଂ ଏବଂ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ପୁରସ୍କାର ତାଙ୍କୁ ମିଳିଛି । ଯଶପ୍ରୀତ୍ ବୁମରାଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ବୋଲର ପୁରସ୍କାର ସମ୍ମାନ ମିଳିଛି । ମହିନ୍ଦର ଅମରନାଥଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ମିଳିଛି । ଅନ୍ୟ ପୁରସ୍କାର ଗୁଡିକୁ ଚେତେଶ୍ୱର ପୂଜାରା(ଟେଷ୍ଟ), ରୋହିତ ଶର୍ମା(ଦିନିକିଆ), ଅରୋନ୍ ପିଂଚ୍ (ଟି-୨୦),କୁଳଦୀପ ଯାଦବ(ଉଲ୍ଲେଖନୀୟ), ରସିଦ୍ ଖାନ୍ (ଟି-୨୦ ବୋଲର) , ଆଶୁତୋଷ ଅମନ(ଘରୋଇ କ୍ରିକେଟର), ସ୍ମୃତି ମନ୍ଧାନା(ମହିଳା କ୍ରିକେଟର), ଯଶସ୍ୱୀ ଜୟସ୍ୱାଲ(କନିଷ୍ଟ କ୍ରିକେଟର) , ଶ୍ରୀରାମ ବୀରା ଓ ସ୍ନେହାଲ ପ୍ରଧାନ (କ୍ରିକେଟ ସାମ୍ବାଦିକ), ସ୍ୱର୍ଗତ ଅଜିତ ୱାଦେକର (ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି) ହାସଳ କରି ନେଇଛନ୍ତି ।