ଆଗାମୀ ଆଇପିଏଲ ଫ୍ରାଞ୍ଚାଇଜ ପାଇଁ ନୂଆ ନିୟମ ଜାରି

ଆଗାମୀ ଆଇପିଏଲ ଫ୍ରାଞ୍ଚାଇଜ ପାଇଁ ନୂଆ ନିୟମ ଜାରି

ଆଗାମୀ ଆଇପିଏଲ ଫ୍ରାଞ୍ଚାଇଜ ପାଇଁ ନୂଆ ନିୟମ ଜାରି
ଆଇପିଏଲ ପରିଚାଳନା ପରିଷଦର ନିଷ୍ପତ୍ତି, ଖେଳାଳି ରଖିବା ଶେଷ ତାରିଖ ଜାନୁଆରୀ ୨୧, ଫେବୃୟାରୀ ୪ ସୁଦ୍ଧା କିଣାବିକା ନୂଆଦିଲ୍ଲୀ: ଆଗାମୀ ଆଇପିଏଲ (ଇଣ୍ଡିଆନ ପି୍ରମିୟର ଲିଗ) ପୂର୍ବରୁ ୮ଟି ଯାକ ଫ୍ରାଞ୍ଚାଇଜ ପାଇଁ ପରିଚାଳନା ପରିଷଦ ନିୟମାବଳୀ ଜାରି କରିଛି । ଆଇପିଏଲ ପରିଚାଳନା ପରିଷଦର ନିଷ୍ପତ୍ତି ମୁତାବକ ଫ୍ରାଞ୍ଚାଇଜ ଗୁଡ଼ିକ କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିବେ ଏବଂ କାହାକୁ ଛାଡ଼ିବେ ସେମାନଙ୍କ ନାମ ଜାନୁଆରୀ ୨୧ ତାରିଖ ସୁଦ୍ଧା ତାଖଲ କରିପାରିବେ । ପୁଣି ଫ୍ରାଞ୍ଚାଇଜ ଗୁଡ଼ିକ ମଧ୍ୟରେ ଖେଳାଳି କିଣାବିକା ତଥା ଅଦଳ ବଦଳ ପ୍ରକି୍ରୟା ଫେବୃୟାରୀ ୪ ତାରିଖରୁ ବନ୍ଦ ହୋଇଯିବ । ଏ ନେଇ ଆଇପିଏଲ ଅଧ୍ୟକ୍ଷ ବି୍ରଜେଶ ପଟେଲ ସୂଚନା ଦେଇଛନ୍ତି । ପଟେଲ ଏବଂ ପରିଚାଳନା ପରିଷଦ ସଦସ୍ୟଙ୍କ ମଧ୍ୟରେ ଏକ ଭର୍ଚୁଆଲ ବୈଠକରେ ପରବର୍ତ୍ତୀ ଆଇପିଏଲ ପାଇଁ ଯୋଜନା ଓ ପ୍ରସ୍ତୁତି ଉପରେ ଆଲୋଚନା ହୋଇ ଏହି ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଚଳିତ ବର୍ଷର ସଂସ୍କରଣ ପାଇଁ ଫେବୃୟାରୀ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏକ ମିନି ଛୋଟକାଟିଆ ଖେଳାଳି ନିଲାମ କରାଯିବ ବୋଲି ପଟେଲ କହିଛନ୍ତି । ଆଇପିଏଲ ଦଳ ଗୁଡିକ ପାଇଁ ଖେଳାଳିଙ୍କ ବାବଦରେ ଉପଲବ୍ଧ ୮୫ କୋଟି ଟଙ୍କାରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।