ଆଇସିସି ଦିନିକିଆ ରାଙ୍କିଂ : ଶୀର୍ଷରେ କୋହଲି ଓ ବୋଲ୍ଟ

ଆଇସିସି ଦିନିକିଆ ରାଙ୍କିଂ : ଶୀର୍ଷରେ କୋହଲି ଓ ବୋଲ୍ଟ

ଆଇସିସି ଦିନିକିଆ ରାଙ୍କିଂ : ଶୀର୍ଷରେ କୋହଲି ଓ ବୋଲ୍ଟ
ଦୁବାଇ : ଇଂଲଣ୍ଡ-ଆୟର୍ଲାଣ୍ଡ ଦିନିକିଆ ସିରିଜ୍ ସହ ଆଇସିସି ମାନ୍ୟତା ତାଲିକା ପ୍ରକାଶ ପାଇଛି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପୂର୍ବପରି ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ରୋହିତ ଶର୍ମା ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସୂଚନା ମୁତାବିକ, ୮୭୧ ରେଟିଂ ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ରହିଥିବାବେଳେ ୮୫୫ ପଏଣ୍ଟ ସହ ରୋହିତ ଦ୍ୱିତୀୟ, ୭୧୯ ପଏଣ୍ଟ ସହ ପାକିସ୍ତାନର ବାବର ଆଜମ ତୃତୀୟ, ୮୧୮ ପଏଣ୍ଟ ସହ ନ୍ୟୁଜିଲାଣ୍ଡର ରସ ଟେଲର ଚତୁର୍ଥ, ଦକ୍ଷିଣ ଆଫ୍ରିକାର ଫାଫ ଡୁ ପ୍ଲେସି ପଞ୍ଚମ(୭୯୦ ପଏଣ୍ଟ), ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ଷଷ୍ଠ(୭୮୯ପଏଣ୍ଟ), ଆରୋନ ଫିଞ୍ଚ ସପ୍ତମ(୭୬୭ପଏଣ୍ଟ), ନ୍ୟୁଜିଲାଣ୍ଡର କେନ ୱିଲାମସନ ଅଷ୍ଟମ(୭୬୫ପଏଣ୍ଟ), ଇଂଲଣ୍ଡର ଜୋ ରୁଟ ନବମ(୭୫୯ପଏଣ୍ଟ) ଓ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍ ଦଶମ(୭୫୫ପଏଣ୍ଟ) ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ମଧ୍ୟ ପ୍ରଥମ ୧୦ଟି ଯାକ ସ୍ଥାନ ଅପରିବର୍ତ୍ତିତ ରହିଛି । ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଶୀର୍ଷରେ ରହିଥିବାବେଳେ ଜଶପ୍ରୀତ ବୁମରା ଦ୍ୱିତୀୟ, ଆଫଗାନିସ୍ତାନର ମୁଜିବ ଉର ରେହମାନ ତୃତୀୟ, ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଚତୁର୍ଥ, ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ପଞ୍ଚମ, ପାକିସ୍ତାନର ମହମ୍ମଦ ଅମୀର ଷଷ୍ଠ, ଇଂଲଣ୍ଡର କ୍ରିସ୍ ୱକ୍ସ ସପ୍ତମ, ନ୍ୟୁଜିଲାଣ୍ଡର ମାଟ୍ ହେନରୀ ଅଷ୍ଟମ, ଆଫଗାନିସ୍ତାନର ରସିଦ ଖାନ୍ ନବମ ଓ ନ୍ୟୁଜିଲାଣ୍ଡର ଲୋକି ଫର୍ଗୁସନ ଦଶମ ସ୍ଥାନରେ ରହିଛନ୍ତି।