ଆଜି ଭୁବନେଶ୍ବରରୁ ୧୧୮ ପଜିଟିଭ୍ ଚିହ୍ନଟ, ୯୦ ସୁସ୍ଥ

ଆଜି ଭୁବନେଶ୍ବରରୁ ୧୧୮ ପଜିଟିଭ୍ ଚିହ୍ନଟ, ୯୦ ସୁସ୍ଥ

ଆଜି ଭୁବନେଶ୍ବରରୁ ୧୧୮ ପଜିଟିଭ୍ ଚିହ୍ନଟ, ୯୦ ସୁସ୍ଥ
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ ୧୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ନୂତନ ୧୧୮ ଆକ୍ରାନ୍ତଙ୍କ ମଧ୍ୟରେ ୭୧ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୭ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛନ୍ତି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ ୭୧ ଜଣଙ୍କ ମଧ୍ୟରୁ ସ୍ବାସ୍ଥ୍ୟ ବିଭାଗରୁ ୧୦ ଜଣ ରହିଥିବାବେଳ ରିଜର୍ଭ ପୋଲିସ୍ କଲୋନୀ, କଳିଙ୍ଗ ଷ୍ଟାଡିୟମ୍ନିକଟରୁ ୭ ଜଣ, ନୟାପଲ୍ଲୀ ନୂଆ ସାହିରୁ ୬ ଜଣ,ସୂର୍ୟ୍ୟ ନରଗରରୁ ୪ ଜଣ, ୟୁନିଟ୍ -୧ରୁ ୩ଜଣ, ଗଜପତି ନଗରରୁ ୨ ଜଣ ରହିଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ପୋଲିସ୍ କର୍ମଚାରୀ ରହିଛନ୍ତି । ସେହିପରି ଲୋକାଲ୍ କଣ୍ଟାକ୍ଟ ୪୭ଜଣଙ୍କ ମଧ୍ୟରୁ ନୟାପଲ୍ଲୀରୁ ଜଣେ,ବରଗଡ ବ୍ରିଟ୍ କଲୋନୀରୁ ଜଣେ, ଭୀମଟାଙ୍କିରୁ ଜଣେ, କଳିଙ୍ଗନଗରରୁ ୨ ଜଣ, ଚାରିନମ୍ବର ମସ୍ଜିଦ୍ କଲୋନୀରୁ ଜଣେ, ପୁରୁଣା ଭୁବନେଶ୍ବରରୁ ୨ ଜଣ, ଭିଏସ୍ଏସ ନରରୁ ଜଣେ, ପଟିଆରୁ ଜଣେ, ନୟାପଲ୍ଲୀ ବ୍ରିଟ୍ କଲୋନୀରୁ୨ ଜଣ, ଜୟଦେବ ବିହାର ବାଜପେୟୀ ନଗରରୁ ଜଣେ, ବମିଖାଲରୁ ତିନିଜଣ, ଭରତପୁରରୁ ତିନିଜଣ, ଘାଟିକିଆରୁ ୨ଜଣ, ଝାରପଡାରୁ ଜଣେ, ବମିଖାଲରୁ ୨ ଜଣ, ରସୁଲଗଡ ଜିଜିପି କଲୋନୀରୁ ଜଣେ, ସହିଦ ନଗରରୁ ଜଣେ, ରେଲ୍ଓ୍ବେ କଲୋନୀରୁ ଜଣେ, ନୟାପଲ୍ଲୀ ସିଆରପି ସ୍କୋୟାରରୁ ୨ ଜଣ, ସହିଦନଗର ତେଲୁଗୁ ବସ୍ତିର ଜଣେ, କପିଳ ପ୍ରସାଦରୁ ଜଣେ, ନାଗେଶ୍ବରଟାଙ୍ଗିରୁ ୨ ଜଣ, କୋଳଥିଆରୁ ଜଣେ, ମୈତ୍ରୀ ବିହାରରୁଜଣେ, ଲକ୍ଷ୍ମୀସାଗରରୁ ଜଣେ, ବାଣୀବିହାର କ୍ୟାମ୍ପସ୍ରୁ ଜଣେ ରହିଛନ୍ତି । ଆଜି ଭୁବନେଶ୍ବରରୁ ୯୦ ଜଣ ସୁସ୍ଥ ହୋଇଥିବାବେଳେ ନୂତନ ୧୧୮ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୪୭୨କୁ ବୃଦ୍ଧି ହୋଇଛି। ସେହିପରି ୧୮ ଜଣ ମୃତ୍ୟୁବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି ମୋଟ୍ ୨ହଜାର୧୫୧ଜଣ । ଏବେ ସୁଦ୍ଧା ରାଜଧାନୀରେ ୧ହଜାର ୩୦୧ଟି ସକ୍ରିୟ ମାମଲା ରହିଛି ।