ମୋକିମଙ୍କ ନାଁରେ ନିର୍ବାଚନୀ ମାମଲା

ମୋକିମଙ୍କ ନାଁରେ ନିର୍ବାଚନୀ ମାମଲା

ମୋକିମଙ୍କ ନାଁରେ ନିର୍ବାଚନୀ ମାମଲା
ଭୁବନେଶ୍ୱର: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ଓଡିଶା ହାଇକୋଟରେ ନିର୍ବାଚନୀ ମାମଲା ରୁଜୁ ହୋଇଛି । ବିଧାୟକଙ୍କ ବିରୋଧରେ ବିଜେଡି ପରାଜିତ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ଦେବାଶିଷ ସାମନ୍ତରାୟ ଏହି ମାମଲା ଦାଏର କରିଛନ୍ତି । ଆବେଦନକାରୀ ଅଭିଯୋଗ କରିଛନ୍ତି, ବିଧାୟକ ତାଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ଯେଉଁ ସତ୍ୟପାଠ ଦେଇଛନ୍ତି; ସେଥିରେ କେତେକ ତଥ୍ୟ ଲୁଚାଇଛନ୍ତି । ମୋକିମଙ୍କ ସତ୍ୟପାଠ ଅସଂପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି । ତେଣୁ ଏହି ନିର୍ବାଚନକୁ ଅଦାଲତ ଅସିଦ୍ଧ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।