କୋହଲିଙ୍କୁ ୨୬ ଲକ୍ଷର ସୁନାର ବ୍ୟାଟ୍ ପ୍ରଦାନ

କୋଲକାତା: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଅବସରରେ ବିରାଟଙ୍କ ଜନ୍ମ ଦିନକୁ ଧୂମ୍ ଧାମରେ ପାଳନ କରିବା ନେଇ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି) ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ଯଦିଓ କିଛି କାର୍ୟ୍ୟକ୍ରମକୁ ଏଥିରୁ ଶେଷ ମୁହୂର୍ତ୍ତରେ ବାଦ ଦିଆଯାଇଥିଲା ।
କାରଣ ଆତସବାଜୀ ଏବଂ ୭୦,୦୦୦ କୋହଲିଙ୍କ କାଗଜ ମୁଖା ବଣ୍ଟନ ପାଇଁ ପ୍ରଶାସନିକ ଅନୁମତି ମିଳିନଥିଲା । କିନ୍ତୁ କୋହଲିଙ୍କ ୩୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ସିଏବି ଆଉ ଏକ ଯୋଜନା କରିଥିଲା । ଉପହାର ସ୍ୱରୂପ ତାଙ୍କୁ ଏକ ସୁନାର ବ୍ୟାଟ୍ ପ୍ରଦାନ କରାଯାଇଥିଲା । ମ୍ୟାଚ୍ ଶେଷ ହେବା ପରେ ସିଏବି ସଭାପତି ସ୍ନେହାଶିଷ ଗାଙ୍ଗୁଲି ତାଙ୍କୁ ସୁନାର ବ୍ୟାଟ୍ ପ୍ରଦାନ କରିଥିଲେ । ଯାହାର ମୂଲ୍ୟ ୨୬ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି ।