ମାର୍ଚ୍ଚ ୨୯ ରୁ ଆଇପିଏଲ: ଫାଇନାଲ ମେ’୨୪ରେ
ମାର୍ଚ୍ଚ ୨୯ ରୁ ଆଇପିଏଲ: ଫାଇନାଲ ମେ’୨୪ରେ
admin
Feb 17, 2020 - 08:52
Updated: Feb 17, 2020 - 08:52
ମୁମ୍ବାଇ: ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନସ ଓ ଉପବିଜେତା ଚେନ୍ନାଇ ସୁପର କିଙ୍ଗସ ଚଳିତ ବର୍ଷର ଆଇପିଏଲ ଉଦଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ । ଆଇପିଏଲର ତ୍ରୟୋଦଶ ଆରମ୍ଭ ହେବାକୁ ଯାଇଥିଲା ବେଳେ ୱାଙ୍ଖଡେ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫି୍ରକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ଶେଷ ହେବାର ୧୧ ଦିନ ପରେ ହିଁ ଆଇପିଏଲର ଶୁଭାରମ୍ଭ ହେବ । ଭାରତୀୟ ଦଳ ମାର୍ଚ୍ଚ ୧୮ ତାରିଖରେ କୋଲକତାରେ ଦକ୍ଷିଣ ଆଫି୍ରକା ବିପକ୍ଷ ଶେଷ ଦିନିକିଆ ଖେଳିବ । ମାର୍ଚ୍ଚ ୨୯ ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ଫାଇନାଲ ମେ ୨୪ ତାରିଖରେ ଖେଳାଯିବ । ଏଥିରେ ଆଇପିଏଲ ପାଇଁ ଲିଗ ବିପର୍ଯ୍ୟୟ ସୂଚୀ ଘୋଷଣା ହୋଇଥିବା ବେଳେ ନକଆଉଟ ସୂଚୀ ପରେ ଘୋଷଣା ହେବ ବୋଲି କୁହାଯାଇଛି । ତେବେ ଲିଗ ବିପର୍ଯ୍ୟୟ ଉଦଘାଟନୀ ମୁକାବିଲାକୁ ବାଦ ଦେଇ ଅନ୍ୟ ସମସ୍ତ ରବିବାର ଗୁଡ଼ିକରେ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବ । ଶେଷ ଲିଗ ମ୍ୟାଚ ମେ ୧୭ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନସ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ । ଲିଗ ପର୍ଯ୍ୟାୟରେ ମୋଟ ୫୬ ମ୍ୟାଚ ଖେଳାଯିବ । ରାଜସ୍ଥାନ ରୟାଲସ ବ୍ୟତୀତ ଅନ୍ୟ ୭ ଫ୍ରାଞ୍ଚାଇଜ ସେମାନଙ୍କ ଘରୋଇ ପଡ଼ିଆକୁ ଅପରିବର୍ତ୍ତିତ ରଖିଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।