କଂଗ୍ରେସର ଆସନ ବୁଝାମଣା ଚୂଡାନ୍ତ

କଂଗ୍ରେସର ଆସନ ବୁଝାମଣା ଚୂଡାନ୍ତ

କଂଗ୍ରେସର  ଆସନ ବୁଝାମଣା ଚୂଡାନ୍ତ
ଭୁବନେଶ୍ୱର,ସିପିଆଇ, ସିପିଏମ୍ ଓ କଂଗ୍ରେସ ସହ ଆସନ ବୁଝାମଣା ଚୂଡାନ୍ତ କରିଛି କଂଗ୍ରେସ । ୩ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ସହଯୋଗୀ ଦଳକୁ ଛାଡିବା ସହ ୪ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ପାଇଁ କଂଗ୍ରେସ ସ୍ଥିର କରିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହି ମେଟଂ ସମ୍ପର୍କରେ ସୂଚନା ଦେଇଛନ୍ତି । ନିରଂଜନ କହିଛନ୍ତି ସିପିଆଇ, ସିପିଏମ୍ ଓ ଜେଏମଏମ ସହ ଆସନ ବୁଝାମଣା ହୋଇଛି । ସିପିଆଇ ଛତ୍ରପୁର, ବ୍ରଜରାଜନଗର ଓ ବୌଦ୍ଧ ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ଆସିକା ଲୋକସଭା ପାଇଁ ସିପିଆଇ ପ୍ରାର୍ଥୀ ହୋଇଛନ୍ତି ରାମକୃଷ୍ଣ ପଣ୍ଡା । ଏହି ସବୁ ଆସନରେ କଂଗ୍ରେସ ସିପିଆଇକୁ ସମର୍ଥନ କରିବ । ବାକି ଆସନରେ ସିପିଆଇ କଂଗ୍ରେସକୁ ସମର୍ଥନ କରିବ । ସେହିପରି ସିପିଆଇଏମ ଭୁବନେଶ୍ୱର ଲୋକସଭା ଆସନରେ ଜନାର୍ଦ୍ଦନ ପତିଙ୍କୁ ପ୍ରାର୍ଥୀ କରିଛି । ବଣାଇରେ ସିପିଏମ ବିଧାୟକ ଥିବାବେଳେ ଏହି ଆସନ ସିପିଏମ୍ ଲଢିବ । ଏହାବାଦ୍ ରଣପୁର,ନୀଳଗିରି ବିଧାନସଭା ଆସନ ପାଇଁ ସିପିଏମ୍ ଆଗ୍ରହୀ ଅଛି । ରଣପୁର ଓ ନୀଳଗିରି ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଦେଇଛି । ଏହି ଦୁଇ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବ । ସେହିପରି ଜେଏମଏମ ପାଇଁ ମୟୂରଭଞ୍ଜ ଲୋକସଭା ଆସନ ଛଡାଯିବ । ଏହି ଆସନରେ ଶିବୁ ସୋରେନଙ୍କ ଝିଅ ମୟୂରଭଞ୍ଜର ବୋହୂ ଭାବେ ନିର୍ବାଚନ ଲଢିବେ । ରାଇରଙ୍ଗପୁର, ବାଙ୍ଗିରିପୋଷି, ସାରସକଣା ଆସନରୁ ନିର୍ବାଚନ ଲଢିବ ଜେଏମଏମ । ତେବେ ମୋରଡା ଓ ବୀରମିତ୍ରପୁରରେ କଂଗ୍ରେସ ଓ ଜେଏମଏମ ବନ୍ଧୁତ୍ୱପୂର୍ଣ୍ଣ ନିର୍ବାଚନ ଲଢିବେ । ବିଧାୟକ ଜର୍ଜ ତୀର୍କିଙ୍କ ପୁଅ ଏଥର ବୀରମିତ୍ରପୁରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି । ସମଗ୍ର ରାଜ୍ୟରେ ବାମ ଦଳ, କଂଗ୍ରେସ ଓ ଜେଏମଏମ ମିଳିତ ଭାବେ ନିର୍ବାଚନ ଲଢିବେ ବୋଲି ନିରଂଜନ କହିଛନ୍ତି ।