ଈଶାନଙ୍କ ପ୍ରଶଂସିକା

ଈଶାନଙ୍କ ପ୍ରଶଂସିକା

ଈଶାନଙ୍କ ପ୍ରଶଂସିକା
‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର ୨’ର ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ତାଙ୍କର ଦ୍ୱିତୀୟ ଫିଲ୍ମ ‘ପତି ପତ୍ନୀ ଔର ୱ’ର ସୁଟିଂ ସାରି ମୁମ୍ବାଇ ଫେରିଛନ୍ତି । ଫେରୁଫେରୁ ପୁଣି ଆରମ୍ଭ ହୋଇଛି ତୃତୀୟ ଫିଲ୍ମ ‘ଖାଲୀ-ପାଲୀ’ର ସୁଟିଂ । ଅଲୀ ଅଽାସ ଜଫରଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମିତ ହେଉଥିବା ଏହି ଫିଲ୍ମରେ ଅନନ୍ୟାଙ୍କ ସହ ‘ଧଡ଼କ’ ଅଭିନେତା ଈଶାନ ଖଟ୍ଟର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ମୁମ୍ବାଇର ବିଭିନ୍ନ ସ୍ଥାନରେ ଫିଲ୍ମ ସୁଟିଂ ଚାଲିଥିବା ବେଳେ ଦୁହେଁ ଏବେ ଚର୍ଚ୍ଚାରେ । ଏ ବାବଦରେ ଅନନ୍ୟା କହିଛନ୍ତି-ଏମିତି ସୁଯୋଗକୁ ଦୀର୍ଘ ଦିନରୁ ଅପେକ୍ଷା ଥିଲା, ଏବେ ପୂରଣ ହୋଇଛି । ଈଶାନ ଜଣେ ପ୍ରତିଭାଶାଳୀ ଅଭିନେତା । ‘ବିୟଣ୍ଡ ଦ କ୍ଲାଉଡ଼ସ’ ଦେଖିବା ପରଠାରୁ ତାଙ୍କ ସହିତ ଅଭିନୟ ପାଇଁ ମୁଁ ବ୍ୟଗ୍ର ହୋଇପଡ଼ିଥିଲି । ତାଙ୍କ ଅଭିନୟ ମୋତେ ପାଗଳ କରିଦେଇଥିଲା । ଭାବୁଛି, ଈଶାନଙ୍କ ଅଭିନୟ ଦକ୍ଷତା ମଧ୍ୟ ମୋ’ଅଭିନୟରେ ପ୍ରତିଫଳିତ ହୋଇପାରିବ । ଏ ଫିଲ୍ମକୁ ନେଇ ଆମେ ଦୁହେଁ ଖୁବ୍ ଉତ୍ସାହିତ ।