ଏହି ଚାହାର ମୂଲ୍ୟ ସୁନାଠାରୁ ବି ଅଧିକ

ଏହି ଚାହାର ମୂଲ୍ୟ ସୁନାଠାରୁ ବି ଅଧିକ

ଏହି ଚାହାର ମୂଲ୍ୟ ସୁନାଠାରୁ ବି ଅଧିକ
‘ଡା ହୋଙ୍ଗ ପାଓ’ ବିଶ୍ୱର ସବୁଠାରୁ ମୂଲ୍ୟବାନ ଚାହା । ଏକ ଗ୍ରାମ ‘ଡା ହୋଙ୍ଗ ପାଓ’ ର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଲକ୍ଷେ ଟଙ୍କା । ଏକ ପଟ୍‍ ଚାହାର ମୂଲ୍ୟ ୬.୭ ଲକ୍ଷ ଟଙ୍କା । ଚାଇନିଜ ଚାହା ବିଶେଷଜ୍ଞ ଜିଆଙ୍ଗନିଙ୍ଗ ହୁ କହନ୍ତି, ଅତ୍ୟନ୍ତ ବିରଳ ହୋଇଥିବାରୁ ଏ ଭଳି ଦୁର୍ମୂଲ୍ୟ । କେବଳ ଚାଇନାର ଫୁଜିଆନ ପ୍ରଦେଶ ଅନ୍ତର୍ଗତ ଉଇ ପର୍ବତରେ ଏହି ଚାହା ଗଛ ଦେଖାଯାଏ । ତାହା ପୁଣି ଅତ୍ୟନ୍ତ ବିରଳ । ଏହା ଚାଷ କରାଯାଏ ନାହିଁ । ପ୍ରାକୃତି ଭାବେ ଗଛ ଉଠେ ଓ ପତ୍ର କଅଁଳେ । ପ୍ରତି ବର୍ଷ ବସନ୍ତ ଋତୁରେ ଚାହା ପତ୍ର ତୋଳାଳିମାନେ ଉଇ ପର୍ବତକୁ ଯାଇ ‘ଡା ହୋଙ୍ଗ ପାଓ’ ଗଛରେ ପତ୍ର କଅଁଳୁ ବୋଲି ଚାହା ଦେବତା ଲୁ ୟୁଙ୍ଗୁ ପ୍ରାର୍ଥନା କରନ୍ତି । ପତ୍ର କଅଁଳିବାକୁ ସେମାନେ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତି । କଅଁଳିବା ପରେ ପ୍ରତି ଦିନ ଛେଳି ଖିରରେ ପୋଛାଯାଏ । ପତ୍ର ତୋଳା ହେବା ପରେ ଶୁଖାଇ କୌଣସି ଗୋପନୀୟ ପଦ୍ଧତିରେ ଉପଚାର କରାଯାଏ । ଉପଚାର ଅଶୀ ବର୍ଷ ଚାଲେ । ଅଶୀ ବର୍ଷ ପରେ ‘ଡା ହୋଙ୍ଗ୍‍ ପାଓ’ ପାନୀୟ ଉପଯୋଗୀ ହୁଏ ।