ଜାଣନ୍ତୁ ଆପେ ଆପେ ସଫା ହେଉଛି ବୋତଲ

ଜାଣନ୍ତୁ ଆପେ ଆପେ ସଫା ହେଉଛି ବୋତଲ

ଜାଣନ୍ତୁ ଆପେ ଆପେ ସଫା ହେଉଛି ବୋତଲ
ପାଣିବୋତଲ ସମସ୍ତେ ବ୍ୟବହାର କରନ୍ତି । ହେଲେ ଏହାକୁ ଠିକ ଭାବେ ସଫା ଭାବେ ସଫା ଦେଖାଯାଉଥିଲେ ବି ଏହା ଭିତରେ ଷ୍ଟାଫାଇଲୋକକସ , ଇକୋଲି ପରି ବ୍ୟାକ୍ଟେରିଆ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ବୋତଲଟି କିନ୍ତୁ ଆପେଆପେ ସଫା ହୋଇପାରିବ । ମାତ୍ର ୧ ମିନିଟରୁ କମ ସମୟ ମଧ୍ୟରେ ଏହାର ଠିପିରେ ଥିବା ଅଲଟ୍ରାଭାଓଲେଟ ରଶ୍ମି ଏହାକୁ ୯୯.୯୯% ଜୀବାଣୁମୁକ୍ତ କରିପାରିବ । ସାନଫ୍ରାନସିସ୍ତୋସ୍କିତ ଏକ ଷ୍ଟାର୍ଟଅପ ବିଶ୍ୱର ଏହି ପ୍ରଥମ ଆପେ ସଫା ହୋଇପାରୁଥିବା ପାଣିବୋତଲ ତିଆରି କରିଛି । ଏହାର ନାମ ରଖାଯାଇଛି ଲାର୍କ । ଏଥିରେ ଅଲଟ୍ରାଭାଓଲେଟ-ସି ଟେକନୋଲୋଜି ବ୍ୟବହାର କରାଯାଇଛି । ସଫା ହେବା ପାଇଁ ଏଥିରେ ଦୁଇଟି ମୋଡ ରହିଛି- ନର୍ମାଲ ଏବଂ ଆଡଭେଂଚର । ଆଡଭେଂଚର ମୋଡରେ ବୋତଲଟି ଅଧିକ ସଫା ହୋଇଥାଏ । ସଫା କରିବା ଲାଗି କେବଳ ଏହାର ଠିପି ଉପରେ ମୋଡ ବାଛିବାକୁ ହେବ । ବୋତଲଟି ଦେଖିବାକୁ ଖୁବ ସୁନ୍ଦର ହୋଇଥିବା ସହ ଏହା ପାନୀୟକୁ ଘଂଟାଘଂଟା ଧରି ଥଣ୍ଡା ରଖିପାରେ । ଏଥିରୁ କିଛି ବାହାରିଯାଏ ନାହିଁ କିଁ ଏହା ମଧ ଝାଳେଇ ନଥାଏ । ପ୍ରତି ଦୁଇଘଂଟାରେ ଏହି ବୋତଲ ନିଜକୁ ଜୀବାଣୁ ମୁକ୍ତ କରିବା ବେଳେ ଏହାର ନୀଳ ବଳୟଟି ୧୦ ସେକେଣ୍ଡ ପାଇଁ ସକ୍ରିୟ ହୁଏ । କାଲିଫର୍ଣ୍ଣିଆର ହାରେନଓ ଲାବୋରେଟୋରିରେ ଲାର୍କର ଟେକନୋଲୋିଜି ପରୀକ୍ଷା ହୋଇସାରିଛି ।