ଏହି ସାମଗ୍ରୀ ପ୍ରଥମେ ଅନ୍ଲାଇନରେ ବିକ୍ରି ହୋଇଥିଲା ।
ଏହି ସାମଗ୍ରୀ ପ୍ରଥମେ ଅନ୍ଲାଇନରେ ବିକ୍ରି ହୋଇଥିଲା ।
admin
Feb 6, 2020 - 06:35
Updated: Feb 6, 2020 - 06:35
‘ଆମାଜୋନ୍’ ଅନ୍ଲାଇନ ବ୍ୟବସାୟ ଆରମ୍ଭ କରିବାର କୋଡ଼ିଏ ବର୍ଷ ପୂର୍ବରୁ ଗତ ଶତାବ୍ଦୀର ପ୍ରଥମ ଦଶକର ପ୍ରଥମ ଭାଗରେ ଅନଲାଇନରେ ବିକ୍ରି ଆରମ୍ଭ ହୋଇଥିଲା । ୧୯୭୧ ରେ ‘ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟ’ର ତଳେ ଛାତ୍ର ‘ଅରପାନେଟ’ ନେଟୱାର୍କ ଜରିଆରେ ଆଉ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ‘ଏମଆଇଟି’ ଛାତ୍ରୀମାନଙ୍କୁ ଗୋଟିଏ ସାମଗ୍ରୀ ଅନଲାଇନରେ ବିକ୍ରି କରିଥିଲେ । ଅନଲାଇନରେ ବିକ୍ରି ହୋଇଥିବା ଏହି ପ୍ରଥମ ସାମଗ୍ରୀଟି ଥିଲା ଗଞ୍ଜେଇ । ଏହି ନିଶା ଦ୍ରବ୍ୟ ସମ୍ପର୍କରେ କିଛି ରୋଚକ ତଥ୍ୟ । ବୟାଳିଶ ପ୍ରତିଶତ ଆମେରିକାନ ଜୀବନରେ ଅନ୍ୟୁନ ଥରୁଟିଏ ଗଞ୍ଜେଇ ଟାଣୁଥିବା ଜଣାଯାଏ । ସୁରା ଓ ଧୂଆଁପତ୍ର ତୁଳନାରେ ଗଞ୍ଜେଇ ଅପେକ୍ଷାକୃତ କମ୍ କ୍ଷତିକାରକ । ଏକାଧିକ ଗବେଷଣା ଓ ଅଧ୍ୟୟନରୁ ଏହା ନିର୍ଦ୍ଦିଷ୍ଟ ଭାବେ ପ୍ରମାଣିତ । ମାତ୍ର ନଅ ପ୍ରତିଶତ ଗଞ୍ଜେଇ ସେବନକାରୀ, ଏହାକୁ କୁପ୍ରଭାବର ଶିକାର ହୁଅନ୍ତି । ଆମେରିକାର ଅନେକ ପ୍ରଦେଶରେ ଗଞ୍ଜେଇ ସେବନ ଓ ବିକ୍ରି ଅପରାଧ ପଦବାଚ୍ୟ । ପ୍ରତି ବର୍ଷ ସେଠାରେ ଏହି ଅପରାଧନରେ ପ୍ରାୟ ଆଠ ଲକ୍ଷ ଲୋକ ଗିରଫ ହେଉଥିବା ପ୍ରକାଶ । ଉତ୍ତରକୋରିଆ ଓ ଉରୁଗୁଏରେ ଗଞ୍ଜେଇର ବ୍ୟବହାର ଆଇନ ଅନୁମୋଦିତ । ଗଞ୍ଜେଇରେ ଥିବା ଏକ ଉପାଦାନ କର୍କଟ କୋଷକୁ ବ୍ୟାପିବାକୁ ଦିଏ ନାହିଁ । ଜର୍ଜ ୱାସିଂଟନ ଗଞ୍ଜେଇ ଚାଷ କରୁଥିଲେ । ଭୂଟାନରେ ଏକଦା ଘୁଷୁରିଙ୍କୁ କଞ୍ଚା ଗଞ୍ଜେଇ ପତ୍ର ଖାଇବାକୁ ଦିଆଯାଇଥିଲା ।