ପରଦାକୁ ଫେରୁଛନ୍ତି ଜ୍ୟାକି ଶ୍ରଫ୍

ପରଦାକୁ ଫେରୁଛନ୍ତି ଜ୍ୟାକି ଶ୍ରଫ୍

ପରଦାକୁ ଫେରୁଛନ୍ତି ଜ୍ୟାକି ଶ୍ରଫ୍
ଦୀର୍ଘଦିନ ପରେ ବଡ଼ ପରଦାକୁ ଫେରୁଛନ୍ତି ଜ୍ୟାକି ଶ୍ରଫ୍ । ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଜ୍ୟାକି ଶ୍ରଫଙ୍କୁ ‘ସୂର୍ଯ୍ୟବଂଶୀ’ରେ ଅଭିନୟର ସୁଯୋଗ ଦେଇଛନ୍ତି । ଶ୍ରୀ ସେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ପୋଷ୍ଟ କରି ସୂଚନା ଦେଇଥିବା ବେଳେ ଲେଖିଛନ୍ତି ‘ଅଭି ଔର ସରପ୍ରାଇଜ ବାକି ହୈ ମେରେ ଦୋସ୍ତ... । ରୋହିତଙ୍କ ସୋସିଆଲ ମିଡିଆରେ ଏହି ପୋଷ୍ଟ ପରେ ଜ୍ୟାକି ଶ୍ରଫଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ରୋହିତଙ୍କ ପୁଲିସ ଭିତ୍ତିକ ତୃତୀୟ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ୨୦୨୧ ମାର୍ଚ୍ଚ ୨୪ ରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି କ୍ୟାଟ୍ରିନା କୈଫ୍ । ଅକ୍ଷୟଙ୍କ ସହ ଅଜୟ ଦେବଗନ ଓ ରଣବୀର ସିଂ ମଧ୍ୟ ବିଶେଷ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । କରନ ଜୋହର, ହିରୁ ୟଶ ଜୋହର, ରୋହିତ ସେଟ୍ଟୀ ଓ ଅରୁଣା ଭାଟ୍ଟିଆ ମିଳିତ ଭାବେ ଏହାର ପ୍ରଯୋଜନା କରୁଛନ୍ତି ।