କାହାକୁ ଛାଡିବେ କାହାକୁ ରଖିବେ ଅମିତାଭ

କାହାକୁ ଛାଡିବେ କାହାକୁ ରଖିବେ ଅମିତାଭ

କାହାକୁ ଛାଡିବେ କାହାକୁ ରଖିବେ ଅମିତାଭ
ନୂଆ ବନ୍ଧୁ ତିଆରି କର, ହେଲେ ପୁରୁଣା ବନ୍ଧୁଙ୍କ ସାଥିରେ ରଖ । ପୁରୁଣା ବନ୍ଧୁଙ୍କୁ କେବେ ବି ଭୁଲନି । କାହିଁକି ନା ନୂଆ ରୂପା ହେଲେ ପୁରୁଣା ବନ୍ଧୁ ହେଉଛି ସୁନା । ଏହା କୌଣସି ଡାଇଲଗ ନୁହେଁ ବରଂ ବି-ଟାଉନ ମହାନାୟକ ଅମିତାଭ ବଚ୍ଚନଙ୍କ ସୋଶିଆଲ ମିଡ଼ିଆର ଦାର୍ଶନିକ ବିଚାର । ପ୍ରତି ମୂହୂର୍ତ୍ତରେ ପ୍ରଶଂସକଙ୍କ ଲାଗି ସୋଶିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତା ଜଣକ ସୋମବାର ଏକ ଦୁଃଖଭରା ପୋଷ୍ଟ ସେୟାର କରିଛନ୍ତି । ଏହାପୂର୍ବରୁ ମଧ୍ୟ ଅମିତାଭ ଅନେକ ଦାର୍ଶନିକ ବିଚାରରେ ଲୋକଙ୍କ ହୃଦୟକୁ ଛୁଇଁଛନ୍ତି । ତେବେ ନିଜର ଏକ ଫଟୋ ସହିତ ଅମିତାଭ ଏହି ପକ୍ତିଂ ସେୟାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଜୀବନ ଆମ ଲାଗି କେତେବେଳେ କ’ଣ ଭେଟିଦେଇଥାଏ ତାହା ଆମର ହାତରେ ନାହିଁ । ହେଲେ ଏହି ଧ୍ୱନିରେ ଆମକୁ କିପରି ନାଚିବା ତାହା ଆମ ଚିନ୍ତାଧାରା ଉପରେ ନିର୍ଭର କରୁଛି । ଅଭିନୟ କଥା କହିବାକୁ ଗଲେ, ଅମିତାଭଙ୍କ ଅପକମିଙ୍ଗ ଫିଲ୍ମ ତାଲିକାରେ ରହିଛି ‘ଚେହରେ’, ‘ଝୁଣ୍ଡ’, ‘ବ୍ରହ୍ମାସ୍ତ୍ର’, ‘ମେଡେ’ ।