‘ଗଙ୍ଗୁବାଇ କାଠିୟାବାଡ଼ି’ ସେଟକୁ ଫେରିବେ ଆଲିୟା

‘ଗଙ୍ଗୁବାଇ କାଠିୟାବାଡ଼ି’ ସେଟକୁ ଫେରିବେ ଆଲିୟା

‘ଗଙ୍ଗୁବାଇ କାଠିୟାବାଡ଼ି’ ସେଟକୁ ଫେରିବେ ଆଲିୟା
ଆଲିୟା ଭଟ୍ଟଙ୍କ ପ୍ରଶଂସକ ତାଙ୍କୁ ପୁଣି ବଡ଼ ପରଦାରେ ଦେଖିବାକୁ ଉତ୍ସାହିତ । ସଞ୍ଜୟ ଲୀଳା ଭଂସାଲୀଙ୍କ ନିଦେ୍ର୍ଧଶନାରେ ଆସିବାକୁ ଯାଉଥିବା ଆଲିୟାଙ୍କ ପରବର୍ତ୍ତୀ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡ଼ି’ର ସୁଟିଂ ସରିଯିବାର ଥିଲା । ମାତ୍ର ଲକଡାଉନ ଓ ବର୍ଷା ଯୋଗୁଁ ତାହା ସମ୍ଭବ ହୋଇପାରିନଥିଲା । ଆଲିୟା ଭଟ୍ଟଙ୍କ ଏହି ଚଳଚ୍ଚିତ୍ରର ସୁଟିଂ ପୁନର୍ବାର ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି । କରୋନା ଯୋଗୁଁ ସିନେ ନିର୍ମାତା ଆଲିୟାଙ୍କୁ କମ ଲୋକଙ୍କ ଗହଣରେ ନେଇ ସୁଟିଂ କରିବେ । ସୂଚନା ଯୋଗ୍ୟ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ପରଦାକୁ ଆସିବାର ଥିଲା । ମାତ୍ର କରୋନା ଯୋଗୁଁ ଏହାର ସୁଟିଂ ହୋଇପାରିନଥିଲା । ଏହା ବ୍ୟତୀତ ଆଲିୟା ଆୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ ଏବଂ ବାହୁବଳୀ ଫେମ ନିଦେ୍ର୍ଧଶକ ରାଜମୌଲିଙ୍କ ପରବର୍ତ୍ତୀ ଫିଲ୍ମ ‘ଆରଆରଆର’ରେ ନଜର ଆସିବେ ।