ଅକ୍ଟୋବରରେ ୧୦୦ ଟପିବ ପିଆଜ !

ଅକ୍ଟୋବରରେ ୧୦୦ ଟପିବ ପିଆଜ !

ଅକ୍ଟୋବରରେ ୧୦୦ ଟପିବ ପିଆଜ !
ଭୁବନେଶ୍ୱର: ହଠାତ ପିଆଜ କିଲୋ ପିଛା ୫୦ ଟଙ୍କା ଟପିଯାଇଛି । ଗତ ସପ୍ତାହରେ ବଜାରରେ କିଲୋ ପିଛା ୩୫ ଟଙ୍କା ଥିବା ପିଆଜ ହଠାତ ୫୦ ଟଙ୍କା ଡେଇଁଛି । ସ୍ଥାନ ଦେଖି କିଛି କିଛି ବଜାରରେ ପିଆଜ ୬୦ ଟଙ୍କା ଛୁଇଁଥିବା ଜଣାପଡ଼ିଛି । ମାତ୍ର ଗୋଟି, ସପ୍ତାହରେ କିଲୋପିଛା ୧୫ ଟଙ୍କା ବଢ଼ିବାଦ୍ୱାରା ବଜାର ତାତିରେ ଖାଉଟି ମହଲ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଗରିବ ଖାଉଟିମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ମହଲରୁ ଆମଦାନୀ ହ୍ରାସର କଥା କୁହାଯାଉଥିବା ବେଳେ ଅନେକ ଏହାକୁ କେନ୍ଦ୍ର ସରକାରଙ୍କ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପ୍ରଭାବ ବୋଲି କହିବା ଆରମ୍ଭ କରିଛନ୍ତି । ସାମୟିକ ହେଉ ପଛେ, ଅସାଧୁ ବ୍ୟବସାୟୀମାନେ ମଉକାରେ ମୁନାଫା ଉଠାଇବାକୁ ଉଦ୍ୟମ କରିବାରୁ ଏହି ଦରବୃଦ୍ଧି ଘଟିଛି ବୋଲି ଚର୍ଚ୍ଚା ହେଉଛି । ତେବେ ସରକାରୀ ନିୟନ୍ତ୍ରଣ ନ ରହିଲେ ଏହି ଦର ଅକ୍ଟୋବର ଓ ନଭେମ୍ବର ମାସ (ନୂଆ ପିଆଜ ଅମଳ ପର୍ଯ୍ୟନ୍ତ) ସୁଦ୍ଧା କିଲୋ ପିଛା ୧୦୦ ଟଙ୍କାକୁ ଟପିବ ବୋଲି ଆଶଙ୍କା କରାଗଲାଣି ।