୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଆୟୁଷ୍ମାନ

୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଆୟୁଷ୍ମାନ

୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଆୟୁଷ୍ମାନ
ଅଭିନେତା ଆୟୁଷ୍ମାନ ଖୁରାନା ଆମେରିକାର ଜଣାଶୁଣା ପତି୍ରକା ‘ଟାଇମ’ ରେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି । ଏକମାତ୍ର ଭାରତୀୟ ଭାବେ ସେ ଚଳିତ ବର୍ଷ ଏହି ତାଲିକାରେ ରହିଛନ୍ତି । ଆୟୁଷ୍ମାନଙ୍କ ଉଦେ୍ଧଶ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ ଲେଖିଛନ୍ତି ଆୟୁଷ୍ମାନଙ୍କ ପ୍ରଥମ ଫିଲ୍ମ ଭିକି ଡୋନର’ରୁ ମୁଁ ତାଙ୍କ ସଂସ୍ପର୍ଶରେ ଆସିଛି । ଫିଲ୍ମକୁ ଆସିବା ପୂର୍ବରୁ ମଧ୍ୟ ସେ ମନୋରଞ୍ଜନ ଶିଳ୍ପର ଅଂଶ ବିଶେଷ ଥିଲେ । ଯେଉଁଠାରେ ନାୟକମାନେ ଧରାବନ୍ଧା ଅଭିନୟରେ ସୀମିତ ରହିଛନ୍ତି, ସେଠାରେ ଆୟୁଷ୍ମାନ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ଆହ୍ୱାନ ସୃଷ୍ଟି କରିଛନ୍ତି । ପ୍ରତିଭା ଓ କଠିନ ପରିଶ୍ରମ ବ୍ୟତୀତ ଧୈର୍ଯ୍ୟ, ଦୃଢ଼ତା, ନିର୍ଭୟ ଯୋଗୁଁ ସେ ସ୍ୱପ୍ନ ଦେଖିବାର ସତସାହସ କରିପାରିଥିଲେ ।