ରାଗି ଗଲେ ମୁଖ୍ୟମନ୍ତ୍ରୀ, ବାଲିଯାତ୍ରା ଆୟୋଜନରେ ଅବ୍ୟବସ୍ଥା

ସୋଫିଆଙ୍କୁ ଦେଖି କାହିଁ କି ରାଗିଲେ ମୁଖ୍ୟମନ୍ତ୍ରୀ ? ସୋଫିଆଙ୍କୁ ଦେଖି ଚିଡିଗଲେ କି ମୋହନ ? ଗାଡିରୁ ଓହ୍ଲାଇ ଚାଲିଚାଲି ପଡିଆ ବୁଲିଲେ ମୁଖ୍ୟମନ୍ତ୍ରୀ !

ରାଗି ଗଲେ ମୁଖ୍ୟମନ୍ତ୍ରୀ, ବାଲିଯାତ୍ରା ଆୟୋଜନରେ ଅବ୍ୟବସ୍ଥା

ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ପଦାରେ ପଡ଼ିଲା  ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନର ଅବ୍ୟବସ୍ଥା । ଏହାକୁ ନେଇ ରାଗି ଗଲେ ମୁଖ୍ୟମନ୍ତ୍ରୀ  । ଐତିହାସିକ ବାଲିଯାତ୍ରା ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଡଙ୍ଗାରେ ଆସି ଗଡ଼ଗଡ଼ିଆ ଘାଟରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ତାଙ୍କୁ ଘାଟରେ ସାଧବ ବୋହୁ ଓ ସାଧବ ପୁଅ ମାନେ ବନ୍ଦାପନା ମଧ୍ୟ କରିଥିଲେ ।

ସେହି ଘାଟରୁ ମୁଖ୍ୟମନ୍ତ୍ରୀ ଇଲେକ୍ଟ୍ରିକ ଗାଡିରେ ପାଭିଲିୟନ ଯିବାର ଆୟୋଜନ ହୋଇଥିଲା । ତେବେ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ଯା ତୁଳନାରେ ଆବଶ୍ୟକିୟ ଗାଡିର ଆୟୋଜନ ହୋଇନଥିଲା । ଏହାପରେ କାହିଁକି ଅତିଥିଙ୍କ ପାଇଁ ଗୋଟିଏ ଗାଡ଼ି କରାଯାଇଛି ବୋଲି ରାଗି କି ଉଠିକି ଗାଡିରୁ ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଚାଲି ଚାଲି ଆସି ସେ ନିଜେ ପାଭିଲିୟନରେ ପହଞ୍ଚିଥିଲେ । ଗାଡିରେ ଜାଗା ଏତେ କମ ଥିଲା କି କଟକ ବାରବାଟୀ ବିଧାୟିକା ସୋଫିୟା ଫିରଦେସଙ୍କୁ ବସିବା ପାଇଁ ଯାଗା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଘୁଞ୍ଚିବାକୁ ପଡିଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ରାଗିଯାଇଥିଲେ, ପଚାରିଲେ  ଯଦି ଅତିଥୀଙ୍କ ସଂଖ୍ୟା ଅଧିକ ରହିଥିଲା ତେବେ ଗୋଟିଏ ଗାଡି କାହିଁକି,  ହୋଇଥିଲା ବୋଲି ପ୍ରଶ୍ନ କରି ନିଜେ ଗାଡିରୁ ଓହ୍ଲାଇ ଚାଲି ଚାଲି ପଡିଆ ବୁଲିଥିଲେ । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।