ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନା ଉଦ୍ୟମ

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନା ଉଦ୍ୟମ

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନା ଉଦ୍ୟମ
ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩୨୨୮ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୫୪୨୦୪ ଜଣଙ୍କୁ ଅଟକ ରଖାଯାଇଛି । ୫୧୬୫ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୨୮ଟି ଅସ୍ତ୍ରଶସ୍ତ୍ର ଏବଂ୧୪୩୩.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୨୬୪୨୦.୫୫୫ ବଲ୍କ ଲିଟର ମଦ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ ୮ ହଜାର ୯୨୨ ଟଙ୍କା । ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କ୍ୱାଡ୍ ଏବଂ ପୋଲିସ୍ ଦ୍ୱାରା ୨ କୋଟି ୯୩ ଲକ୍ଷ ୧୯ ହଜାର ୭୫୦ ଟଙ୍କା ଜବତ କରାଯାଇଛି । ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୦ ଲକ୍ଷ ୪୩ ହଜାର ୫୭୩ ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଅ।ଯାଇଛି । ସେହିପରି ଅ।ଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୨ ଲକ୍ଷ ୬୧ ହଜାର ୮୭୬ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଅ ।ଯାଇଛି । ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତମାନ ସୁଦ୍ଧା ୮୦୬ ଟି କଲ୍ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି । ଭୋଟର ହେଲ୍ପ ଲାଇନ୍ ନଂ-୧୯୫୦କୁ ଅ ।ଜି ସୁଦ୍ଧା ୧୪୯୦୨ଟି କଲ୍ ମିଳିଛି ଏବଂ ସେସବୁର ସମାଧାନ କରାଯାଇଛି ।