ପୁରୁଣା ଲୁଗା ସଂଗ୍ରହ କରିବ ବିଏମସି

ପୁରୁଣା ଲୁଗା ସଂଗ୍ରହ କରିବ ବିଏମସି

ପୁରୁଣା ଲୁଗା ସଂଗ୍ରହ କରିବ ବିଏମସି
ଭୁବନେଶ୍ୱର: ସହରର ଏଣେ ତେଣେ ପୁରୁଣା ଲୁଗା ପଡ଼ିବ ନାହିଁ । ପରିବେଶ ଅପରିଷ୍କାର ରହିବନି । ଗରିବଙ୍କୁ ପୋଷାକ ବାଣ୍ଟିବାକୁ ଚାହୁଁଥିବା ଲୋକଙ୍କୁ ମଧ୍ୟ ସମସ୍ୟା ହେବନି । କାରଣ ଏଣିକି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପୁରୁଣା ଲୁଗା ସଂଗ୍ରହ କରିବ । ଲୁଗାର ଅବସ୍ଥା ଅନୁସାରେ ପୃଥକ ଭାବେ ସାଇତା ହେବ । ପୁନଃ ବ୍ୟବହାର ଯୋଗ୍ୟ ଲୁଗା ଏବଂ ଖରାପ ଲୁଗା ଅଲଗା ଅଲଗା ରଖାଯିବ । ସଂଗ୍ରହ ପରେ ଏହାକୁ ସେଣ୍ଟ୍ରାଲ ୱାସିଂ ପ୍ୟାକେଜିଂ ଆଣ୍ଡ ଇନଭେଣ୍ଟାରି ମ୍ୟାନେଜମେଣ୍ଟ ସେଣ୍ଟର (କେନ୍ଦ୍ରୀୟ ସଫା, ଗଣ୍ଠିଲି ଏବଂ ଦ୍ରବ୍ୟ ତାଲିକା କେନ୍ଦ୍ର) କୁ ନିଆଯିବ । ବୈଜ୍ଞାନିକ ପଦ୍ଧତିରେ ଲୁଗାଗୁଡ଼ିକୁ ସଫା ହୋଇ ବିଭିନ୍ନ ବସ୍ତି ଏବଂ ବସଷ୍ଟାଣ୍ଡ ଅଞ୍ଚଳରେ ବଣ୍ଟାଯିବ । ଏ ନେଇ ତିନୋଟି ଜୋନରେ ସଂଗ୍ରହ ଓ ବଣ୍ଟନ ଖୋଲିବା ପାଇଁ ବିଏମସି ପ୍ରକି୍ରୟା ଆରମ୍ଭ କରିଛି ।