ଅପ୍ରେଲ ଠାରୁ ଆରମ୍ଭ ହେବ ଜନଗଣନା

ଅପ୍ରେଲ ଠାରୁ ଆରମ୍ଭ ହେବ ଜନଗଣନା

ଅପ୍ରେଲ ଠାରୁ ଆରମ୍ଭ ହେବ ଜନଗଣନା
ଭୁବନେଶ୍ୱର: କୋଭିଡ ପାଇଁ ଚଳିତ ବର୍ଷ ଫେବୃୟାରୀ ମାସରୁ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟ ବନ୍ଦ ରହିଛି । ଭାରତ ସରକାର ଆସନ୍ତା ଜାନୁଆରୀ ଶେଷ ସପ୍ତାହରେ ଶୀତ ଲହରୀକୁ ଅପେକ୍ଷା କରିଛନ୍ତି । କରୋନା ପ୍ରକୋପ କମିଲେ ୨୦୨୧ ଏପି୍ରଲ ବେଳକୁ ଜନଗଣନା ପାଇଁ ପ୍ରକି୍ରୟା ଆରମ୍ଭ କରିବାକୁ ସରକାର ଚିନ୍ତା କରୁଥିବା ରାଜ୍ୟ ଜନଗଣନା ନିଦେ୍ର୍ଧଶାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରଥମଥର ପାଇଁ ଡିଜିଟାଲ ବ୍ୟବସ୍ଥାରେ ଜନଗଣନା କାର୍ଯ୍ୟ କରାଯିବ । ଏଥିପାଇଁ ତିନିଟି ଆପ ପ୍ରସ୍ତୁତ କରାଯାଇଛି । ନିଦେ୍ର୍ଧଶାଳୟର କର୍ମଚାରୀମାନେ ଏହି ଆପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ପରବର୍ତ୍ତୀ ସମୟରେ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଚଳିତ ବର୍ଷ ଯଦି ଜନଗଣନା ପ୍ରକି୍ରୟା ଆରମ୍ଭ ହୁଏ ତେବେ ପ୍ରଥମେ ଘର ତାଲିକା ଏବଂ ଜାତୀୟ ଜନସଂଖ୍ୟା ରେଜିଷ୍ଟର ପ୍ରସ୍ତୁତ କରାଯିବ । ଏହା ପରେ ୨୦୨୨ ଫେବୃୟାରୀ ବେଳକୁ ମୁଣ୍ଡଗଣତି କାର୍ଯ୍ୟ ଆରମ୍ଭ ହେବ । ଡିଜିଟାଲ ବ୍ୟବସ୍ଥାରେ କାର୍ଯ୍ୟସମ୍ପାଦନ ପାଇଁ ସରକାର ଚିନ୍ତା କରୁଥିବାରୁ ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ୨୫ ହଜାର ଟଙ୍କା ପାରିଶ୍ରମିକ ମିଳିବ । କାଗଜ ଖର୍ଚ୍ଚ ମଧ୍ୟ କମିବ । ଘର ତାଲିକା ପ୍ରସ୍ତୁତି ବେଳେ ପରିବାରର ମୁଖ୍ୟ ତାଙ୍କ ମୋବାଇଲ ନମ୍ବର ଦେବେ । ଏହି ମୋବାଇଲ ନମ୍ବର ବ୍ୟବହାର କରି ସେମାନେ ମୋବାଇଲ ଆପ ମାଧ୍ୟମରେ ମୁଣ୍ଡଗଣତି ପ୍ରକି୍ରୟାରେ ତଥ୍ୟ ଦାଖଲ କରି ପଞ୍ଜୀକରଣ କରିପାରିବେ । ଜନଗଣନା ପାଇଁ ପୂର୍ବ ତଥ୍ୟ ଆଧାରରେ ୫୦୦ ରୁ ୮୫୦ ଲୋକଙ୍କ ପାଇଁ ଗୋଟିଏ ଲେଖାଏଁ ଜନଗଣନା ବ୍ଲକ କରାଯାଇଛି । କରୋନା ପ୍ରଭାବକୁ ନଜରରରେ ରଖି ଜନଗଣନା ପାଇଁ ପଦକ୍ଷେପ ନିଆଯିବ ବୋଲି ନିଦେ୍ର୍ଧଶାଳୟ ପକ୍ଷରୁ କୁହାଯାଇଛି ।