ବାଲିଆପାଳ ଗଲା ଏଚଆରପିସି ଟିମ୍

ବାଲିଆପାଳ ଗଲା ଏଚଆରପିସି ଟିମ୍

ବାଲିଆପାଳ ଗଲା ଏଚଆରପିସି ଟିମ୍
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଏକ ଢାବାରେ ନାବାଳକର ମୃତୁ୍ୟ, ପୁଲିସକୁ ମାଡ଼ ଓ ପୋଡ଼ାଜଳା ମାମଲାର ତଦନ୍ତ ଏବେ ଏଚଆରପିସି କରିବ । ପୁଲିସ ଡିଜି ଏହି ମାମଲାର ତଦନ୍ତ ଭାର ଏଚଆରପିସିକୁ ଦେଇଛନ୍ତି । ଏଚଆରପିସି ଡିଏସପି ରଞ୍ଜିତ ନାୟକ ଏହି ମାମଲାର ତଦନ୍ତ କରିବେ । ଡିଜିପିଙ୍କ ନିଦେ୍ର୍ଧଶ କ୍ରମେ ଏଚଆରପିସି ଟିମ ବାଲେଶ୍ୱର ଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତକାଲି ଢାବାରୁ ନାବାଳକର ଶବ ଉଦ୍ଧାର ପରେ ତାତିଥିଲେ ଲୋକେ । ବିଳମ୍ୱରେ ପହଁଚିଥିବା ପୋଲିସ ଉପରେ ଆକ୍ରମଣ କରିଥିଲେ । ପଚରାଉଚରା କରୁଥିବା ପୋଲିସ ବାବୁଙ୍କୁ ମାରି ଲହୁଲୁହାଣ କରିଦେଇଥିଲେ । ଗତକାଲି ଏକ ଢାବରେ ଜଣେ ନାବାଳକର ମୃତୁ୍ୟକୁ ନେଇ ସୃଷ୍ଟ ଲଙ୍କାକାଣ୍ଡ ପରେ ଆଇଆଇସି ଶ୍ରୀ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି । ବାଲେଶ୍ୱର ଏସପି ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ବାଲିଆପାଳ ଥାନାରେ ନିଯୁକ୍ତ କରାଯାଇଛି ।