୧୯ରେ ରାଷ୍ଟ୍ରୀୟ ଲୋକ ଅଦାଲତ

୧୯ରେ ରାଷ୍ଟ୍ରୀୟ ଲୋକ ଅଦାଲତ

୧୯ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କର ଋଣ ଗ୍ରହୀତାଙ୍କ ନିମନ୍ତେ ଚଳିତ ମାସ ୧୯ ତାରିଖ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଷ୍ଟେଟ ବ୍ୟାଙ୍କ ତରଫରୁ ଋଣ ସମାଧାନ ୨୦-୨୧ ନାମକ ଏକକାଳୀନ ଅନାଦେୟ ବକେୟା ଋଣ ପରିଶୋଧ ଯୋଜନା ପ୍ରଚଳନ କରାଯିବ । ଏହି ଯୋଜନାରେ ଅନେକ ଗୁଡ଼ିଏ ବିଶେଷ ରିଆତି ଉପଲବ୍ଧ ରହିଛି । ଏହି ସୁବିଧା ପ୍ରାପ୍ତ ପାଇଁ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଶାଖାରେ ଯୋଗାଯୋଗ କରିବାକୁ କୁହାଯାଇଛି । ଋଣ ସମାଧାନ ଯୋଜନା ଉପଲବ୍ଧ କରିବାର ଅନ୍ତିମ ତାରିଖ ଚଳିତ ମାସ ୩୧ ରହିଛି ।