ଭିନିଅର ଗ୍ରାଫ୍ଟିଙ୍ଗ ଆମ୍ବଫସଲ ବଂଶବିସ୍ତାରର ଶ୍ରେଷ୍ଠ ମାଧ୍ୟମ

ଭିନିଅର ଗ୍ରାଫ୍ଟିଙ୍ଗ ଆମ୍ବଫସଲ ବଂଶବିସ୍ତାରର ଶ୍ରେଷ୍ଠ ମାଧ୍ୟମ

ଭିନିଅର ଗ୍ରାଫ୍ଟିଙ୍ଗ ଆମ୍ବଫସଲ ବଂଶବିସ୍ତାରର ଶ୍ରେଷ୍ଠ ମାଧ୍ୟମ
ଅନୁଗୁଳ (୯/୯) - ଚାଷ ଓ ଚାଷୀ ଉଭୟେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । କୃଷି ଓଡ଼ିଆ ସଂସ୍କୃତି ଓ ସଭ୍ୟତାର ମୋ÷ଳିକ ଉପାଦାନ । ଭାରତର ଭାତହାଣ୍ଡି ହେଉଛି କୃଷି । ହଳକର୍ଷିତ ଜମିର ସେ ବିପିତ ବିହନକୁ ଦେଖିଲେ ଜାଣି ହୁଏ ଏ ଚାଷର ମହତ୍ତ୍ୱ କଣ? କର୍ଷଣ ରୁ କୃଷି – ଚାଷୀ ମନର ସଂଗୀନ ଚାବିକାଠି । ମେଘମହ୍ଲାରର ସମ୍ଭାରରେ ସେ ଜମି ବି କିଛି କ୍ଷଣ ପାଇଁ ବେଶ୍ ଜୀବନ୍ତ ହୋଇଉଠେ । ଶ୍ୟାମଳ ପରିପାଟୀରେ ସୁବର୍ଣ୍ଣର ଝଲକ ବି ସତରେ ଉପଭୋଗ୍ୟ ଲାଗେ । ମାଟି ମା ର ସେ ଅନନ୍ୟ ଉପହାରକୁ ନିରିଖେଇବା ପାଇଁ ଚାଷୀ ବି ଲାଗିପଡେ଼ ଖରା , ବର୍ଷା , ଶୀତକୁ ଖାତିର ନକରି । ଏହା ହିଁ ତ କୃଷିର ମହତ୍ତ୍ୱ । ପନିପରିବା ସହ ଫଳ ମଧ୍ୟ ଚାଷବାସର ମୁଖ୍ୟ ଉପାଦାନ ଭାବେ ଗଣାଯାଏ । ପ୍ରଧାନମନ୍ତ୍ରୀ କୋ÷ଶଳ ବିକାଶ ଯୋଜନାରେ ଆରମ୍ଭ ହୋଇଥିବା ଅଟଳ ଯୋଜନା ଏଥି ନିମନ୍ତେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ଶେଷ ବର୍ଷର ଛାତ୍ର ବିଜ୍ଞାନ ରଂଜନ ସାହୁ ଓ ଦୀପକ କୁମାର ସାହୁ କଳାକାହ୍ନୁ ଟ୍ରଷ୍ଟର ସହଯୋଗରେ ୧୦୦ଜଣ ଚାଷୀଙ୍କୁ ଆମ୍ବ ଫସଲର ସଠିକ ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଥିଲେ । ଆମ୍ବ ଫସଲ ରପôାନୀ କ୍ଷେତ୍ରରେ ଓଡ଼ିଶା କିପରି ଆଗୁଆ ହେବା ସହ ସ୍ୱାବଲମ୍ବୀ ହୋଇପାରିବ , ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ସହ ଭିନିଅର ଗ୍ରାଫ୍ଟିଙ୍ଗ ଆମ୍ବର ବଂଶବିସ୍ତାରର ଶ୍ରେଷ୍ଠ ମାଧ୍ୟମ ବୋଲି ମଧ୍ୟ ପ୍ରଶିକ୍ଷକ ମାନେ ଉପସ୍ଥାପନ କରିଥିଲେ । ଏହି କର୍ମଶାଳାରେ ଟ୍ରଷ୍ଟର ସିପୁନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।