ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି

ଆଜିଠାରୁ ୧୫ ତାରିଖ ପର୍ଯ୍ଯନ୍ତ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି । ଆସନ୍ତା ୧୩ ତାରିଖରେ ପୌଷ ପୂର୍ଣ୍ନିମା ଓ ମହାପ୍ରଭୁଙ୍କ ସୁନାବେଶ । ୧୪ ତାରିଖ ମକର ସଂକ୍ରାନ୍ତି ଓ ୧୫ ତାରିଖରେ ପୁଷ୍ୟାଭିଷେକ ନୀତି ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ। ପରେ ଆସନ୍ତା ୧୬ ତାରିଖ ଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରରୁ ଡିପ୍ଲାଷ୍ଟରିଂ ବା ଚୂନଛଡା ପ୍ରକ୍ରିୟା ଶେଷ ହୋଇଛି। ଏବେ ଭିତର ରତ୍ନଭଣ୍ଡାରର ପ୍ରିଜର୍ଭେଶନ କାମ ପାଇଁ ହେବ କେମିକାଲ ଟ୍ରିଟମେଣ୍ଟ । ଉଭୟ କନଜରଭେଶନ ଓ ପ୍ରିଜରଭେଶନ ଉପରେ ଗୁରୁତ୍ଵ ଦେଇଛି ଏ.ଏସ.ଆଇ। ଡି ପ୍ଲାଷ୍ଟରିଂ ପରେ କନଜରଭେସ ପାଇଁ ପଏର୍ଣ୍ଟିଂ କାମ ତ୍ୱରାନ୍ୱିତ ହୋଇଛି । ଏହାପରେ ପଥର ପରିବର୍ତ୍ତନ କାର୍ଯ୍ୟ ହେବ। ପ୍ରଥମେ ଭର୍ଟୀକାଲ କ୍ରାକ୍ସ ବା କାନ୍ଥ ମରାମତି କାର୍ଯ୍ୟ ହେବ। ପରେ ହୋରାଇଯେଣ୍ଟାଲ ବା ଚଟାଣରେ ରହିଥିବା ଫାଟ ଓ ମୂଷା ଗାତ ମରାମତି ହେବ । କେମିକାଲ ଟ୍ରିଟମେଣ୍ଟ ବା ପ୍ରିଯରଭେଶନ କାମ ପାଇଁ ବୈଜ୍ଞାନିକମାନେ ଆସି ଭଣ୍ଡାର ଘର ନିରୀକ୍ଷଣ କରି ସାରିଛନ୍ତି। ପଥର ମରାମତି ପାଇଁ ମଧ୍ୟ ଆକଳନ ସରିଛି । କଞ୍ଜର୍ଭେଶନ ଓ ପଏଣ୍ଟିଂ କାମ ସରିବା ପରେ ଅନ୍ୟାନ୍ୟ ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଏଏସଆଇ ତରଫରୁ ସୂଚନା ମିଳିଛି।