ନକଲି ଆଧାର କାର୍ଡ, ପାନ କାର୍ଡରେ ପ୍ରସ୍ତୁତ କରିଥିଲେ ପାସପୋର୍ଟ
ଅନୀଲ ଓ ହଂସୀତାଙ୍କ ବଢ଼ିଲା ଅଡ଼ୁଆ ରିଲ୍ ଷ୍ଟାଇଲରେ, ରିୟଲରେ ଚାଲିଥିଲା କ୍ରାଇମ୍ ନକଲି ଆଧାର କାର୍ଡ, ପାନ କାର୍ଡରେ ପ୍ରସ୍ତୁତ କରିଥିଲେ ପାସପୋର୍ଟ ଠକେଇ ମାମଲାର ତଦନ୍ତ ସମୟରେ ଫିଟିଲା ଗୁମର

ରାଜଧାନୀ 420 ବଣ୍ଟି ବବଲି ଅନୀଲ ଓ ହଂସୀତା ଗିରଫ ମାମଲା । କର୍ପୋରେଟ ଠକ ହଁଶିତା ଅଭିଲିପ୍ସl ଓ ଅନୀଲ ମହାନ୍ତି ଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଫେକ ଡକ୍ୟୁମେଣ୍ଟ ଦେଇ ପ୍ରସ୍ତୁତ କରିଥିଲେ ପାସପୋଟ । ଇନ୍ଫୋସିଟି ଥାନାରେ ନିଜଆଡୁ ମାମଲା ରୁଜ୍ଜୁ କଲା ପୋଲିସ । ହଁଶିତା ଅଭିଲିପ୍ସ l ନିଜର ପ୍ରକୃତ ନାମ ବିଷ୍ଣୁ ପ୍ରିୟ ଚାନ୍ଦ, ପରିବର୍ତ୍ତନ କରି ଫେକ ଆଧାର କାର୍ଡ କରିଥିଲା ପ୍ରସ୍ତୁତ । ବିଷ୍ଣୁ ପ୍ରିୟ ଚାନ୍ଦରୁ ବନିଥିଲେ ହଁଶିତା ଅଭିଲିପ୍ସl । ୨୦୧୯ ରେ ବିଷ୍ଣୁ ପ୍ରିୟ ଚାନ୍ଦ ପାସପୋଟ ପ୍ରସ୍ତୁତ ପାଇଁ ଅବେଦନ କରିଥିଲେ ।ପ୍ଲାଷ୍ଟିକ ସର୍ଜରୀ କରି ନିଜର ରୂପ କୁ ପରିବର୍ତ୍ତନ କରିଥିଲେ । ହଂସୀତା ମୁଖାରେ କରୁଥିଲେ ହାଇ ପ୍ରୋଫାଇଲ କ୍ରାଇମ । ବିଭିନ୍ନ ଅପରାଧିକ ମାମଲା ଥିବାରୁ ପାସପୋଟ୍ ଆବେଦନ ଖାରଜ ହେଇଥିଲା। ପରେ ୨୦୨୨ ରେ କଲିକତା ଯାଇ ଫେକ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ ।ସେଥିରେ ସ୍ବାମୀ ଅନୀଲ ମହାନ୍ତି ଦର୍ଶାଇ ଥିଲେ ।
ନକଲି ଆଧାର କାର୍ଡ ଆସିବ ପରେ ପାନ କାର୍ଡ ପ୍ରସ୍ତୁତ କରିଥିଲେ। ପରେ ପାସ ପୋଟ ପାଇଁ ଆବେଦନ କରିଥିଲେ । ହଂଶିତା ନା ରେ କୌଣଷି ଅପରାଧୀକ ମାମଲା ନ ଥିବାରୁ ସହଜରେ ପାସ ପୋଷ୍ଟ ମିଲିଯାଇଥିଲା । ହଁସିତା ବିଦେଶ ଯାତ୍ରା କରିଥିଲେ । ଠକେଇ ମାମଲା ରେ ପୋଲିସ ତଦନ୍ତ ସମୟରେ ସାମ୍ନାକୁ ଆସିଚି ।ଫେକ ଡକ୍ୟୁମେଣ୍ଟ ରେ ପ୍ରସ୍ତୁତ ହୋଇଛି ପାସପୋର୍ଟ । ଯାହାକୁ ନେଇ ପୋଲିସ ନିଜ ଆଡୁ ଇନ୍ଫସିଟି ଥାନାରେ ମାମଲା ରୁଜ୍ଜୁ କରିଛି । ମାମଲା ପରେ କିଏ ଏଥିରେ ସୋହଯୋଗ କରିଥିଲା ଅଧିକ ତଦନ୍ତ କରୁଛି ସ୍ପିସିଆଲ କ୍ରାଇମ୍ ୟୁନିଟ। ସେପଟେ ଠକ ଦମ୍ପତିଙ୍କ ଜାମିନ ଆବେଦନ ଶୁଣାଣି ସରିଛି. ଏଡିଜେ-2 କୋର୍ଟରେ ଏହି ଶୁଣାଣୀ ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ. ଶୁଣାଣି ବେଳେ ଅନିଲ ଓକିଲଙ୍କ ଯୁକ୍ତିଙ୍କ ଥିଲା, ଅନିଲଙ୍କ ନାଁରେ କୌଣସି ଠକେଇ ଅଭିଯୋଗ ନାହିଁ . କାହାର କ୍ୟାମ୍ପସରୁ ଯିବା ଅପରାଧ ନୁହେଁ .ପୋଲିସ ଅନିଲଙ୍କ ବିରୁଦ୍ଧରେ ଦେଇଥିବା ଦଫା ବେଲେବୁଲ ଅଟେ . ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ. ସରକାରୀ ଓକିଲ କିନ୍ତୁ ସମୟ ମାଗିଥିବା ଜଣା ପଡିଛି। ଗତ ଡିସେମ୍ବର 29ତାରିଖ ରେ ହଂସିତା ଓ ଅନିଲ ଙ୍କୁ ଗିରଫ କରିଥିଲା ପୋଲିସ. ତଦନ୍ତ ବେଳେ ଠକ ଦମ୍ପତି ଙ୍କ ସମ୍ପତି ଦେଖି ତାଯୁବ ହୋଇଗଲା ପୋଲିସ. ଲୋକଙ୍କୁ ଠକି ରାଜଧାନୀ ରେ 4 ଟି ଫ୍ଲାଟ କିଣିଥିବା ବେଳେ 5ଟି ନାମୀ ଦାମୀ କାର ରହିଛି।