ପ୍ରଶାସନକୁ ଦାୟୀ କଲେ ରୁଦ୍ର

ପ୍ରଶାସନକୁ ଦାୟୀ କଲେ ରୁଦ୍ର

ପ୍ରଶାସନକୁ ଦାୟୀ କଲେ ରୁଦ୍ର
ଢେଙ୍କାନାଳ: ଗତକାଲି ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୪ ଜଣ ନିଖୋଜ ଘଟଣାରେ ପୂର୍ବତନ ସାଂସଦ ରୁଦ୍ର ପାଣି ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ୨୦୧୫ ଶିବରାତ୍ରୀ ଦିନ କରମୂଳ-ସୁରପ୍ରତାପପୁର ଘାଟରେ ଡଙ୍ଗା ବୁଡ଼ିଥିଲା । ସେହି ଡଙ୍ଗା ବୁଡ଼ି ଘଟଣାରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ କିଛି ବି ଶିଖିଲାନି । ବେଆଇନ ଡଙ୍ଗା ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଉନାହିଁ । ଡଙ୍ଗାରେ ଅତ୍ୟଧିକ ଲୋଡିଂ ନେଇ ନିୟମିତ ଯାଞ୍ଚ କରାଯାଉନାହିଁ । କାମ ସନ୍ଧାନରେ ଲୋକେ ଡଙ୍ଗା ଦ୍ୱାରା ପର୍ଜଙ୍ଗ କୁନ୍ଦନଦେଈପୁର ଯାଇଥାନ୍ତି । ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଶାସନ ଉତ୍ତର ଦାୟିତ୍ୱ ନେବା କଥା ବୋଲି ଶ୍ରୀ ପାଣି କହିଛନ୍ତି । ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଖଡ଼ଗପ୍ରସାଦ ଘାଟରୁ ପର୍ଜଙ୍ଗ ବ୍ଲକର ରୋଡ କୁନ୍ଦଦେଈପୁର କାଟେଣୀ ଘାଟକୁ ଯାଉଥିବା ଏକ ଡଙ୍ଗା ଗତକାଲି ରାତି ପ୍ରାୟ ୮ଟା ୧୫ରେ ବୁଡ଼ି ଯାଇଥିଲା । ଭୂଷଣରେ କାମ କରୁଥିବା ରୋଡ ଅଞ୍ଚଳର ଶ୍ରମିକ ଓ କର୍ମଚାରୀମାନେ କାମ ସାରି ଖଡ଼ଗପ୍ରସାଦ ଘାଟରୁ ଡଙ୍ଗା ଯୋଗେ ନଦୀ ପାର ହୋଇଥାନ୍ତି । ତେବେ ଗତକାଲି ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀରେ ସୁଅ ପ୍ରଖର ଥିଲା । ଏଥିସହ ନଦୀ ଏପଟକୁ ଆସିଥିବା ଏକ କେବୁଲରେ ଲାଗି ଯିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ନଦୀ ମଝିରେ ବୁଡ଼ି ଯାଇଥିଲା । ଡଙ୍ଗାରେ ମୋଟ ୯ ଜଣ ଥିବାବେଳେ ୫ ଜଣ ପହଁରି ପହଁରି କୂଳରେ ଲାଗିଥିବାବେଳେ ୪ ଜଣଙ୍କ ପତ୍ତା ମିଳିପାରିନାହିଁ ।