ଗୃହ ୩ଟା ଯାଏଁ ମୁଲତବି

ଗୃହ ୩ଟା ଯାଏଁ ମୁଲତବି

ଗୃହ ୩ଟା ଯାଏଁ ମୁଲତବି
ଭୁବନେଶ୍ୱର: ବିଧାନସଭାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ତାତି । ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀ ଗୃହରେ ହଟ୍ଟଗୋଳ କରିଛନ୍ତି । କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ହୋହଲ୍ଲା କରିଥିବାବେଳେ ବିଜେପି ସଦସ୍ୟମାନେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ଏପରିକି ବାଚସ୍ପତି ଗୃହକୁ ସଠିକ ଭାବେ ପରିଚାଳନା ନକଲେ କକ୍ଷତ୍ୟାଗ କରିବାକୁ ଧମକ ଦେଇଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଏଥିସହ ଜଷ୍ଟିସ ପାଲ କମିଶନଙ୍କ ରିପୋର୍ଟ କୁଆଡେ଼ ଗଲା ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ, ୬ ମାସରେ ଜଷ୍ଟିସ ପାଲ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତହେବା କଥା । କିନ୍ତୁ ଏହା ଭିତରେ ୬ ବର୍ଷ ବିତିଗଲା । ଏହା ଉପସ୍ଥାପିତ ହୋଇପାରିଲା ନାହିଁ । ବଲାଙ୍ଗିରରେ ସ୍ଥାୟୀ ବେଞ୍ଚ ପାଇଁ ଯଶୱନ୍ତ କମିଶନ ରିପୋର୍ଟ ଦେଇଥିଲେ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି । ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଅଚଳାବସ୍ଥା କେତେ ଦିନ ଜାରି ରହିବ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତ୍ତର ରଖନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଦସ୍ୟମାନେ ଗୃହରେ ହୋହାଲ୍ଲା କରିଥିଲେ ।