ରବିବାର ପୁରୀ ଘାଟସ୍ଥିତ ବାସଭବନରେ ପରଲୋକ

ରବିବାର ପୁରୀ ଘାଟସ୍ଥିତ ବାସଭବନରେ ପରଲୋକ

ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କର ପରଲୋକ ।   ରବିବାର ପୁରୀ ଘାଟସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ସେ ୮୦ବର୍ଷ ବୟସରେ ପଦାର୍ପଣ କରିଥିଲେ । ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧୁନରେ ସ୍ଵାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ ଅର୍ଥାତ (ଡିଏମଇଟି) ଭାବେ କାର୍ଯ୍ୟ କରିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ସେ ଜଣେ ଭାରତର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଓ ଏକାଧାରରେ ସୁଲେଖକ, ଆଇନଜୀବୀ,ସୁବକ୍ତା, ରାଜନୀତିଜ୍ଞ, ବିଶିଷ୍ଟ ରୋଟାରିଆନ, କଟକ କ୍ଲବର ଆଜୀବନ ସଦସ୍ୟ ଓ ଓଡ଼ିଶାବାସୀ ଙ୍କ ପ୍ରିୟ ଚିକିତ୍ସକ । ପ୍ରଫେସର ଡାକ୍ତର କରଙ୍କ ଜନ୍ମ ୧୮ ଜାନୁଆରୀ ୧୯୪୬ ମସିହା । ରେଭେନ୍ସା କଲିଜିଏଟ୍ ସ୍କୁଲରୁ ୧୯୬୨ ମସିହାରେ ପାସ୍ କରିଥିଲେ । ପରେ ରେଭେନ୍ସା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ(୧୯୬୮)ରୁ ମେଡିକାଲ ଡିଗ୍ରୀ ହାସଲ କରିବା ପରେ ପାଟନାର ପ୍ରିନ୍ସ ଅଫ୍ ୱାଲ୍‌ ଚିକିତ୍ସା ମହାବିଦ୍ୟାଳୟରୁ ମାନସିକ ରୋଗ, ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ପାଇ ସାରିବା ପରେ ମଧୁସୂଦନ ଲ କଲେଜରେ ଡିଗ୍ରୀ ହାସଲ କରିଛନ୍ତି । ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଚିକିତ୍ସକ ସଂଘର ସଭାପତି କାର୍ଯ୍ୟ ତୁଲାଇ ଥିଲେ । ସମାଜ କଲ୍ୟାଣ ଓ ବିଭିନ୍ନ ସେବାପାଇଁ ସେ ବହୁ ପୁରସ୍କାର ପାଇଛନ୍ତି । ୧୯୯୮ ମସିହାରେ ସେ ସମାଜସେବା ପାଇଁ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ପୁରସ୍କାରରେ ପୁରସ୍କୃତ ମଧ୍ୟ ହୋଇଥିଲେ ।