ଚିଲିକା ପାଇଁ ୧୫୮ କୋଟି

ଚିଲିକା ପାଇଁ ୧୫୮ କୋଟି

ଚିଲିକା ପାଇଁ ୧୫୮ କୋଟି
ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି । ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଅବସରରେ ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ କରାଯାଇଛି । ଏହା ଦ୍ୱାରା ଚିଲିକା ପାଶ୍ୱର୍ବର୍ତ୍ତୀ ୧୫୧ ଟି ଗ୍ରାମର ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ । ଅଂଶୁପା ହ୍ରଦର ବିକାଶ ପାଇଁ ମଧ୍ୟ ୨୧କୋଟି ୨୩ ଲକ୍ଷର ଯୋଜନାକୁ ମଞ୍ଜୁରୀ ମିଳିଛି । ଭିତରକନିକା ଆର୍ଦ୍ରଭୂମି ପାଇଁ ବି ଯୋଜନାକୁ ଅନୁମୋଦନ ମିଳିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।