କ’ଣ ପାଇଁ ମାଟିରେ ଦବି ଯାଉଛି ସବୁ କିଛି ? ବିପଦରେ ୪୫୦ ଘର । ୧୩୧ ଜଣଙ୍କ ଘର ମାଟିରେ ସମାଧି ନେଇସାରିଲାଣି ।
ଉତରାଖଣ୍ଡର ବାଗେଶ୍ୱର ଜିଲ୍ଲାର କୁମାଓଁରେ ଥିବା ଘର, ରାସ୍ତା ବିଲ ବାଡି ସବୁ କିଛି ଫାଟି ଯାଉଛି ା ବର୍ତମାନ ସୁଦ୍ଧା ୪୫୦ଟି ଘର ଫାଟି ଆଁ କଲାଣି । ୧୩୧ ଜଣ ନିଜ ସ୍ଥାୟୀ ଘର ହରାଇଲେଣି ।
ଗୋଟିଏ କି ଦୁଇଟି ଘର ନୁହେଁ, ପୁରା ଜିଲ୍ଲା ମାଟିରେ ଦବି ଚାଲିଛି । ବର୍ତମାନ ସୁଦ୍ଧା ୪୫୦ଟି ଘର ଫାଟି ଆଁ
କଲାଣି । ୧୩୧ ଜଣ ନିଜ ସ୍ଥାୟୀ ଘର ହରାଇଲେଣି । ଏପରି ଆତଙ୍କର ବାତା ବରଣ ଏବେ ଉତରାଖଣ୍ଡ ରାଜ୍ୟର
ବାଗେଶ୍ୱର ଜିଲ୍ଲାରେ । ଯୋଶୀମଠ ଭଳି ବାଗେଶ୍ୱର ଜିଲ୍ଲାରେ ମାଟି ଧସିବାରେ ଲାଗିଛି । ମାଟି ଧସୁଥିବାରୁ
ଏଠାରେ ଥିବା ନିର୍ମାଣ, ଗଛ , ପାହାଡ ସବୁ କିଛି ଭୁଗର୍ଭରେ ମିଶିବାରେ ଲାଗିଛି । କୋଠା ଘରର କାନ୍ଥ ସବୁ ଫାଟି
ଆଁ କରିସାରିଲାଣି ।
ବାଗେଶ୍ୱର ଜିଲ୍ଲାର କୁମାଓଁରେ ଥିବା ଘର, ରାସ୍ତା ବିଲ ବାଡି ସବୁ କିଛି ଫାଟି ଯାଉଛି । ଯେମିତି ଭୂମିକମ୍ପ ହୋଇ
ରାସ୍ତାରେ ବଡ ବଡା ଫାଟ ଦେଖିବାକୁ ମିଳେ ଠିକ୍ ସେହିପରି । ଏବେ ବର୍ଷା ଲାଗି ରହିବା ସହ ଖଚ୍ଚି ଖନନ କାମ
ଜାରି ରହିଥିବାରୁ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଉତରାଖଣ୍ଡ ବିପଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ସୂଚନା
ଅନୁସାରେ ଏପରି ୧୧ଟି ଗାଁକୁ ଚିହ୍ନଟ କରାଯାଇଛି, ଯାହାର ଜମି ଫାଟିଯିବା କିମ୍ବା ଦବିବାରେ ଲାଗିଛି । କୁୱାଡି ଓ
ସେରି ଗ୍ରାମର ପ୍ରାୟ ଶହେରୁ ଅଧିକ ପରିବାର ଏହା ଦ୍ୱାରା ପ୍ରଭାବିତ । ଏହି ଜିଲ୍ଲାରେ ଥିବା ଖଣି ଅଂଚଳ ପାଶ୍ୱବର୍ତୀ
ଗ୍ରାମ ପାପନ ଓ କଣ୍ଡେଲକନାଲ ଅବସ୍ଥା ଆହୁରି ଖରାପ । ସେହିପରି କାଣ୍ଡା, ରିମା ଗ୍ରାମର ଉପତ୍ୟକାରେ ବି ସମାନ
ଦୃଶ୍ୟ । କେବଳ କଣ୍ଡେଲକନାଲ ଗାଁର ୭୦ ପରିବାର ପ୍ରଭାବିତ ହୋଇଥିବା ସରକାରୀ ସୂତ୍ର କହୁଛି । ଘର, ଜମି
ଫାଟୁଥିବାରୁ ଲୋକେ ଆତଙ୍କିତ ହୋଇ ଗାଁ ଛାଡି ପଳାଉଛନ୍ତି ।
ମାଟି, ଘର ଦ୍ୱାର ଏପରି ଫାଟୁଥିବା ପାଇଁ ସ୍ଥାନୀୟ ଲୋକେ ପ୍ରକୃତିକୁ ଯେତିକି ଦାୟୀ କରୁ ନାହାନ୍ତି, ତା ଠାରୁ ଅଧିକ
ଖଚ୍ଚି ଖନନକୁ ଦାୟୀ କରିଛନ୍ତି । ମନଇକ୍ତା ଖଣି ଖନନ ଯୋଗୁଁ , ଭୁସ୍ତରରେ ଅସ୍ଥିରତା ଦେଖା ଦେଉଛି । ଫଳରେ
ଖଣି ପାଖରେ ଥିବା ମାଟି ଧସି ଯାଉଛି । ଖଣି ଖନନ ପରେ କଂପାନୀ ଏହାକୁ ବାଲି ଦ୍ୱାରା ଭରୁ ନ ଥିବାରୁ ଏପରି
ଅଘଟଣ ବୃଦ୍ଧି ପାଉଛି । ସ୍ଥିତି ଏପରି ହୋଇଛି ଯେ ଗାଁ ଲୋକେ ରାତିରେ ନିଜ ଘରେ ଶୋଇବାକୁ ଡରୁଛନ୍ତି ।
ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଏପରି ବେଆଇନ୍ ଖଣ ଖନନ ସଂପର୍କରେ ସ୍ଥାନୀୟ ତହସିଲଦାର, ଜିଲ୍ଲା ପ୍ରଶାସନକୁ
ବାରମ୍ବାର ଜଣାଇଥିଲେ ବି କୌଣସି ଫଲ ମିଳୁନାହିଁ । ଖଣି କଂପାନୀ ସହ ଅସାଧୁ ମେଣ୍ଟ କରି ପ୍ରକୃତିର ସନ୍ତୁଳନ
ଖରାପ କରି ଦିଆଯାଉଛି । ଗତ ବର୍ଷ ଯୋଶୀମଠରେ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାହାଡ ଓ ମାଟି ଧସି
ଏହାଧିକ ଧର୍ମାନୁଷ୍ଠାନ ଓ ବାସଗୃହ ମାଟିରେ ଦବି ଯାଇଥିଲା । ସେତେବେଳେ ଏହା ଜାତୀୟ ସ୍ତରରେ ଓ
ପରିବେଶବିତଙ୍କ ମହଲରେ ଆଲୋଡନ ସୃଷ୍ଟି କରିଥିଲା । ଖଣି ଖନନ ବନ୍ଦ କରି ଉଚ୍ଛରାଖଣ୍ଡରୁ ପ୍ରାକୃତିକ ପରିବେଶ
ବଂଚାଇବାକୁ ସମସ୍ତେ ଦାବି କରିଥିଲେ । ହେଲେ ଦେଖିବାକୁ ମିଳୁଛି, ଏହା ଉପରେ କେହି ଯେମିତି ଗୁରୁତ୍ୱ ଦେଉ
ନାହାନ୍ତି । ଓଲଟି ଯୋଶୀମଠ ପରେ ବାଗେଶ୍ୱର ଜିଲ୍ଲାରେ ଏପରି ଘଟଣା ଏ ବର୍ଷ ସବୁଠାରୁ ବଡ ଶିରୋନାମା
ପାଲଟିଛି ।