ଚାଷୀଙ୍କ କଲ୍ୟାଣ ଆମର ଲକ୍ଷ୍ୟ: ନବୀନ

ଚାଷୀଙ୍କ କଲ୍ୟାଣ ଆମର ଲକ୍ଷ୍ୟ: ନବୀନ

ଚାଷୀଙ୍କ କଲ୍ୟାଣ ଆମର ଲକ୍ଷ୍ୟ: ନବୀନ
ଭୁବନେଶ୍ୱର: ଜୟପୁରରେ ଆୟୋଜିତ ନିର୍ବାଚନୀ ସଭାରେ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ବିଜେପିର ବଡ ବଡ ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏସସି /ଏସଟି ସ୍କୋଲାରସିପ୍ ଅନୁଦାନ କାଟି ଦେଇଛନ୍ତି କେନ୍ଦ୍ର ସରକାର । ଚାଷୀଙ୍କ କଲ୍ୟାଣ ଆମର ଲକ୍ଷ୍ୟ ନବୀନ କହିଛନ୍ତି । ଆମ ଏଜେଣ୍ଡାରେ ଚାଷୀ ମାନେ ଏକ ନମ୍ବର । ବିଜେଡି ଇସ୍ତାହାରରେ ଚାଷୀଙ୍କ ପ୍ରସଙ୍ଗ ପ୍ରଥମ । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କାଳିଆ ଯୋଜନା ତାଲିକାରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କୁ ମଧ୍ୟ ଟଙ୍କା ଦିଆଯିବ । ବିଜେଡି ଗଠନର ପ୍ରଥମ ଦିନରେ ଚାଷୀଙ୍କୁ ଟଙ୍କା ମିଳିବ ବୋଲି ନବୀନ କହିଛନ୍ତି । ଦୁଇଟି କିସ୍ତିରେ ୧୦ ହଜାର ଦିଆଯିବ ଓ କୌଣସି ଗୋଟିଏ ବି ଚାଷୀ ବାଦ୍ ପଡିବେନି । ଆପଣମାନେ ଆର୍ଶିବାଦ କରନ୍ତୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।