ଭଙ୍ଗା ଚାଲିଛି ଏମାର ମଠ

ଭଙ୍ଗା ଚାଲିଛି ଏମାର ମଠ

ଭଙ୍ଗା ଚାଲିଛି ଏମାର ମଠ
ପୁରୀ : ଭଙ୍ଗା ଚାଲିଛି ଏମାର ମଠ। ତିନି ମହଲା କୋଠା ଉଛେଦ ପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ପ୍ରଶାସନିକ ଉଚ୍ଚ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। କାକୁଡିଖାଇ ଛକରୁ ଆଗକୁ ଟ୍ରାଫିକ କଟକଣା ଜାରି ରହିଛି, ସେହିବାଟ ଦେଇ କାହାରିକୁ ଯିବାକୁ ଦିଆଯାଉ ନାହିଁ । ଗତକାଲି ପ୍ରଶାସନ ଉପସ୍ଥିତିରେ ଏମାର ମଠର ଅସ୍ଥାୟୀ ଗୁହାଳ ଘର ଉଛେଦ କରାଯାଇଥିଲା। ହିଟାଚି ଓ ବୁଲଡୋଜର ଲଗାଇ ଏହାକୁ ଭାଂଗିଛି ପ୍ରଶାସନ। ମଠର ମହନ୍ତ ସରକାରଙ୍କ ନୋଟିସ ଗ୍ରହଣ ନକରିବାରୁ ମଠରେ ଏହାକୁ ଲଟକା ଭାବେ ଝୁଲାଇ ଦିଆଯାଇଥିଲା। ଏଥି ସହିତ ଗତକାଲି ମଠରେ ଥିବା ବ୍ରିଟିଶ ଅମଳର ରଘୁନନ୍ଦନ ପାଠାଗାରକୁ ସଂରକ୍ଷଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସଂରକ୍ଷଣ ପାଇଁ ବହି ସବୁକୁ ସ୍ଥାନାନ୍ତର କରାଯାଇଛି। ୯ଶହ ବର୍ଷ ପୁରୁଣା ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଶ୍ରୀମନ୍ଦିର ସଂସ୍କୃତି ସହ ଜଡିତ ଓଡିଶାର ସବୁଠାରୁ ପୁରୁଣା ମଠ ମାଟିରେ ମିଶିବାକୁ ଯାଉଛି ।