ଜଳୁଛି ଓଡିଶା
ଜଳୁଛି ଓଡିଶା
admin
Apr 28, 2019 - 11:01
Updated: Apr 28, 2019 - 11:01
ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ଣଲହରୀରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ରାଜ୍ୟ। ଆକାଶରୁ ନିଆଁ ବର୍ଷୁଛି। ଅସହ୍ୟ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ଗତ ୪ଦିନ ଦିନ ଧରି ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତାକାଲି ତାପମାତ୍ରା ୪୫ଡିଗ୍ରୀ ଟପି ତତଲାଗଡ଼ରେ ପରିଣତ ହୋଇଛି ଟିଟିଲାଗଡ଼।ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଆହୁରି ୩ଦିନ ଧରି ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପରେ ତାପମାତ୍ରା ସାମାନ୍ୟ ହ୍ରାସ ହେବ।ସେପଟେ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅସହ୍ୟ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ସକାଳ ୧୦ଟା ପର ଠାରୁ ରାସ୍ତାଘାଟ ଶୁନଶାନ ହୋଇଯାଉଛି। ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟ, ଲସି, ତରଭୂଜ ଦୋକାନରେ ଭି଼ଡ ଜମାଉଥିବା ଦେଖିବାକୁ ମିଳିଛି।
ସମ୍ବଲପୁରରେ ଅସମ୍ଭାଳ ହେଲାଣି ଖରା ତାତି । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ସବୁ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରାଯାଇନଥିବାରୁ ଲୋକେ ହଇରାଣ ହେଉଛନ୍ତି ।