ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ
ଅନୁଗୁଳ: ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ । ଏଭଳି ଏକ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିଛନ୍ତି ଅନୁଗୁଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଦୋଷୀ ଅନାମ ଦେହୁରୀକୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ପ୍ରକାଶ ଯେ, ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଥିଲା । ଜଣେ ୧୨ ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଇ ଯାଉଥିଲା । ତେବେ ଦୋଷୀ ଅନାମ ଦେହୁରୀ ସମ୍ପୃକ୍ତ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ନିକଟସ୍ଥ ବୁଦାରେ ଦୁଷ୍କର୍ମ କରିବା ସହ ଏକ ପଥରରେ ଛେଚି ନାବାଳିକାକୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ନିକଟସ୍ଥ ନାଳରେ ଫିଙ୍ଗିଦେଇଥିଲା ।