ରାଜ୍ୟରେ କରୋନା ନେଲା ଆଉ ୬୯ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ଆଉ ୬୯ ଜଣଙ୍କ ଜୀବନ

ଭୁବନେଶ୍ଵର : ରାଜ୍ୟରେ  ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୩୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ଜଣ, କଟକ ଜିଲ୍ଲାରୁ ୧୩ଜଣ, ସମ୍ବଲପୁର ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରୁ ୬ଜଣ ଲେଖାଏଁ ରହିଛନ୍ତି। ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୫ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ, ଦେବଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୮୭ ହଜାର ୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୨ ହଜାର ୧୨୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୬୮ ହଜାର ୪୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୬୪୩୫ ଜଣଙ୍କର ମୃତ୍ୟୁ ହୋଇଛି ।