ସ୍ୱାଧୀନତା ଦିବସ ପରେଡ୍‌ ସ୍ଥାନ ବଦଳିଲା

ସ୍ୱାଧୀନତା ଦିବସ ପରେଡ୍‌ ସ୍ଥାନ ବଦଳିଲା

ସ୍ୱାଧୀନତା ଦିବସ ପରେଡ୍‌ ସ୍ଥାନ ବଦଳିଲା
ଭୁବନେଶ୍ୱର:ଚଳିତ ବର୍ଷ ଜାତୀୟ ଶୈଳୀରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ଯୋଜନା କରାଯାଇଛି । ସେଥିପାଇଁ ପରେଡ୍‌ ସ୍ଥାନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଭୁବନେଶ୍ୱର ଗାନ୍ଧୀ ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହା ସହିତ କିଛି ନୂଆ ନିୟମ ମଧ୍ୟ ଏଥିରେ ଯୋଡ଼ି ଦିଆଯାଇଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତ୍ତୋଳନ କରିବେ । ଏହା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ମାତ୍ର ଛାତ୍ରଛାତ୍ରୀମାନେ ଆଉ ପରେଡରେ ଅଂଶ ଗ୍ରହଣ କରି ପାରିବେ ନାହିଁ । ଛାତ୍ରଛାତ୍ରୀମାନେ କେବଳ ପରଡେ୍‌କୁ ଦେଖି ପାରିବେ । କେବଳ ପୋଲିସ ଫୋର୍ସ ପରେଡ୍‌ ଭାଗ ନେଇ ପାରିବେ । ପୋଲିସ ଡିଜି ପ୍ରଥମେ ପ୍ରଦର୍ଶନୀ ପଡ଼ିଆ, କଳିଙ୍ଗ ଷ୍ଟାଡିୟମ୍‌ ଓ ଏକାମ୍ରରେ ପରେଡ୍‌ ପାଇଁ ସ୍ଥାନ ଠିକ୍‌ କରିଥିଲେ । ଏହା ପରେ ସମସ୍ତ ସ୍ଥାନ ତଦାରଖ ପରେ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରାଯାଇଛି ।