ଅଲମ୍ପିକରେ ଭାରତକୁ ବିଶ୍ୱବିଦିତ କରିଛି ହକି

ଅଲମ୍ପିକରେ ଭାରତକୁ ବିଶ୍ୱବିଦିତ କରିଛି ହକି

ଅଲମ୍ପିକରେ ଭାରତକୁ ବିଶ୍ୱବିଦିତ କରିଛି ହକି

ଭାରତର ଜାତୀୟ ଖେଳ ଭାବେ ପରିଚିତ ହକି ଅଲମ୍ପିକ୍ ଇତିହାସରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭାରତୀୟ ହକି ଟିମ ଅଲମ୍ପିକ୍ରେ ସବୁଠୁ ଶକ୍ତିଶାଳୀ ଟିମ୍ ଭାବରେ ବିବେଚନା କରାଯାଏ । ଅଲମ୍ପିକ୍ରୁ ଭାରତ ସର୍ବାଧିକ ୧୧ଟି ମେଡାଲ ଜିତିଛି, ସେଥିମଧ୍ୟରୁ ୮ଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଓ ୨ଟି ବ୍ରୋ ରହିଛି । ଭାରତୀୟ ହକି ଟିମ୍, ଅନ୍ତର୍ଜାତୀୟ ହକି ଫେଡେରେଶନର ପ୍ରଥମ ଅଣ ୟୁରୋପୀୟ ସଦସ୍ୟ ଦଳ ହୋଇଥିଲା । ୧୯୨୮ ମସିହାରେ ଦଳ ପ୍ରଥମ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲା ଓ ଭାରତୀୟ ପୁରୁଷ ହକି ଦଳ ୧୯୫୬ ପର୍ଯ୍ୟନ୍ତ ଅଲମ୍ପିକ୍ସରେ ଅପରାଜିତ ରହି କ୍ରମାଗତ ୬ଟି ସ୍ୱର୍ଣ୍ଣ ପଦକ ଜିତିଥିଲା । ଏପର୍ଯ୍ୟନ୍ତ ଭାରତ ହକିରେ ସବୁଦେଶ ଅପେକ୍ଷା ଅଧିକ ସ୍ୱର୍ଣ୍ଣ ପଦକ ଜିତିଛି । ଅନ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ୧୯୬୪ ମସିହା ଟୋକିଓ ଅଲମ୍ପିକ୍ସ ଓ ୧୯୮୦ ମସିହା ମସ୍କୋ ଅଲମ୍ପିକ୍ସରେ ଆସିଥିଲା । ୧୯୨୮ମସିହାରେ ଏମ୍ସଟର୍ଡମ ଅଲମ୍ପିକ୍ ଗେମ୍ସରେ ଭାରତୀୟ ହକି ଦଳ ପ୍ରଥମ ଥର ଅଂଶଗ୍ରହଣ କରିଥିଲା ଓ ଏଥିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହା ପରେ ୧୯୩୨ମସିହାରେ ଜାପାନକୁ ମାତ୍ ଦେଇ ଭାରତ ହକିରେ ସ୍ୱର୍ଣ୍ଣ ଜିତିଥିଲା । ୧୯୩୬ ବର୍ଲ୍ଲିନ ଅଲମ୍ପିକ୍ରେ ମଧ୍ୟ ଜର୍ମାନୀକୁ ହରାଇ ଭାରତ ପୁଣି ସ୍ୱର୍ଣ୍ଣ ଜିତିଥିଲା ।  ଏହାପରେ ୧୯୪୮ ଲଣ୍ଡନ ଅଲମ୍ପିକ୍, ୧୯୫୨ହେଲସ୍ନିକୀ ଅଲମ୍ପିକ, ୧୯୫୬ ମେଲବୋର୍ଣ୍ଣ ଅଲମ୍ପିକ, ୧୯୬୦ ରୋମ ଅଲମ୍ପିକ୍, ୧୯୬୪ ଟୋକିଓ ଅଲମ୍ପିକ, ୧୯୬୮ ମେକ୍ସିକୋ ଅଲମ୍ପିକ, ୧୯୭୨ ମୁ୍ୟନିଖ ଅଲମ୍ପିକ, ୧୯୮୦ ମସ୍କୋ ଅଲମ୍ପିକ ଆଦିରେ ଭାରତୀୟ ହକି ଦଳ ଜିତି ଦେଶ ପାଇଁ ଗୌରବ ଆଣିଛି ।