ଅଲମ୍ପିକ୍ସ ଇତିହାସରେ ଭାରତର ସ୍ଥାନ ଜାଣନ୍ତୁ

ଅଲମ୍ପିକ୍ସ ଇତିହାସରେ ଭାରତର ସ୍ଥାନ ଜାଣନ୍ତୁ

ଅଲମ୍ପିକ୍ସ ଇତିହାସରେ ଭାରତର ସ୍ଥାନ ଜାଣନ୍ତୁ

ପ୍ରଥମ ଆଧୁନିକ ଅଲମ୍ପିକ୍ସ ୧୮୯୬ ମସିହାରେ ଗ୍ରୀସ୍ର ଏଥେନ୍ସରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ବିଶ୍ୱଯୁଦ୍ଧ ପରେ ବେଲଜିୟମର ଏ ୱର୍ପରେ ଏହି ଗେମ୍ସ ଅନୁଷ୍ଠିତ ହୋଇଥିଲା । ୧୯୦୦ ମସିହାରେ ଭାରତୀୟ ଆଥଲେଟ ପିଚାର୍ଡ ଅଲମ୍ପିକରେ ଅଂଶଗ୍ରହଣ କରିଥିଲେ । ୧୯୨୦ ଅଲମ୍ପିକ୍ସକୁ ଭାରତ ପଥମେ ଏକ ସରକାରୀ ଦଳ ପଠାଇଥିଲା । ସେହି ଦିନଠୁ ପ୍ରତ୍ୟେକ ଗ୍ରୀଷ୍ମ ଅଲମ୍ପିକ୍ସରେ ଭାଗ ନେଇଥିଲା ଭାରତ । ୧୯୬୪ ମସିହାରୁ ଭାରତ ଶୀତକାଳୀନ ଅଲମ୍ପିକ୍ ଗେମ୍ସରେ ମଧ୍ୟ ଅନେକ ଥର ଅଂଶଗ୍ରହଣ କରିଛି । ଅଲମ୍ପିକ୍ସ ଇତିହାସରେ ଭାରତ ଏପର୍ଯ୍ୟନ୍ତ ୨୮ଟି ପଦକ ଜିତିଛି । ଏଥିରେ ୯ଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଓ ୧୨ଟି ବ୍ରୋ ପଦକ ଅନ୍ତର୍ଭୁକ୍ତ । ଭାରତ ଏପର୍ଯ୍ୟନ୍ତ ଶୀତକାଳୀନ ଅଲମ୍ପିକ୍ ଗେମ୍ସରେ କୌଣସି ପଦକ ଜିତିନାହିଁ । ଅଲମ୍ପିକ୍ସରେ ଭାରତ ଆଥଲେଟିକ୍ସରେ ସର୍ବନିମ୍ନ ପଦକ ଜିତିଛି । ଶେଷ ଅଲମ୍ପିକ୍ସ ବ୍ରାଜିଲର ରିଓରେ ଅନୁଷ୍ଠିତ ହୋଇଥିଲା । ସେଥିରେ ଭାରତ ଗୋଟଏ ରୌପ୍ୟ ଓ ଗୋଟିଏ ବ୍ରୋ ପଦକ ଜିତିଥିଲା । ୨୦୦୮ ମସିହାରୁ ଭାରତ କୌଣସି ସ୍ୱର୍ଣ୍ଣ ପଦକ ଜିତି ନାହିଁ । ହକିରେ ଭାରତ ସର୍ବାଧିକ ପଦକ ଜିତିଛି । ହକିରେ ଜିତିଥିବା ୧୧ଟି ପଦକ ମଧ୍ୟରୁ ୮ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋ ରହିଛି । ଏହା ସହିତ ୧୯୦୦ ମସିହାରେ ନର୍ମାନ ପିଚାର୍ଡ ୨ଟି ରୌପ୍ୟ ପଦକ ଓ ୧୯୫୨ରେ କେ.ଡି ଜାଦବ ବ୍ରୋ ଜିତିଥିଲେ । ତାପରେ ୧୯୯୬ରେ ଲେଣ୍ଡର ପିସ୍ ବ୍ରୋ ଜିତିଥିଲେ । ୨୦୦୦ ମସିହାରେ କର୍ଣ୍ଣମ ମାଲ୍ଲେସ୍ୱରୀ ବ୍ରୋ ଆଣିଥିଲେ । ୨୦୦୪ରେ ରାଜ୍ୟବର୍ଦ୍ଧନ ସିଂ ରାଥୋଡ ରୌପ୍ୟ ପଦକ ଆଣିଥିଲେ । ୨୦୦୮ରେ ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ, ସୁସିଲ କୁମାର ବ୍ରୋ ପଦକ ଓ ବିଜେନ୍ଦ୍ର ସିଂ ବକ୍ସିଙ୍ଗ୍ରେ ବ୍ରେ ଆଣିଥିଲେ । ଏହାପରେ ବିଜୟ କୁମାର ୨୦୧୨ ରେ ୨୫ମିଟର ରାପିଡ ଫାୟାର ପିସ୍ତଲରେ ରୋପ୍ୟ ଜିତିଥିଲେ ଓ ଗଗନ ନାରଙ୍ଗ ୧୦ମି ଏୟାର ରିଫ୍ଲେରେ ବ୍ରୋ ଓ ସିଙ୍ଗଲ ବ୍ୟାଡମି ନ ରେ ସାଇନା ନେହ୍ୱାଲ ବ୍ରୋ ଏବଂ ଏମ.ସି ମ୍ୟାରିକମ ଫ୍ଲାଏୱେଟବକ୍ସିଙ୍ଗରେ ବ୍ରୋ ଏବଂ ସୁସିଲ କୁମାର ୬୬କେଜି ଫ୍ରିଷ୍ଟାଇଲ ରେଷ୍ଟଲିଙ୍ଗରେ ରୌପ୍ୟ ଓ ଯୋଗେଶ୍ୱର ଦ ବ୍ରୋ ପାଇଥିଲେ । ୨୦୧୬ରେ ସାକ୍ଷୀ ମଲ୍ଲିକ ୫୮ କେଜି ଫ୍ରିଷ୍ଟାଇଲ ରେଷ୍ଟଲିଙ୍ଗରେ ବ୍ରୋ ଓ ପିଭି ସିନ୍ଧୁ ସିଙ୍ଗଲ ବ୍ୟାଡମି ନରେ ରୌପ୍ୟ ପଦକ ଜିତିଥିଲେ ।