ଲମ୍ପିକ୍ସରେ ରେକର୍ଡ ସଂଖ୍ୟକ ମେଡାଲ ପାଇଥିବା ଆଥଲେଟଙ୍କ ବିଷୟରେ ଜାଣନ୍ତୁ
ଲମ୍ପିକ୍ସରେ ରେକର୍ଡ ସଂଖ୍ୟକ ମେଡାଲ ପାଇଥିବା ଆଥଲେଟଙ୍କ ବିଷୟରେ ଜାଣନ୍ତୁ
ଅଲମ୍ପିକ୍ସ ହେଉଛି ଆନ୍ତର୍ଜାତୀୟ ସ୍ତରରେ ସବୁଠୁ ବଡ କ୍ରୀଡା ମ । ଏଥିରେ ପଦକ ଜିତିବା ପ୍ରତ୍ୟେକ ଆଥଲେଟଙ୍କ ସ୍ୱପ୍ନ । କିନ୍ତୁ ‘ମାଇକେଲ ଫେଲ୍ପସ’ ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ ଅଲମ୍ପିକ୍ରେ ସର୍ବାଧିକ ପଦକ ଜିତିଛନ୍ତି । ‘ମାଇକେଲ ଫେଲ୍ପସ’ ହେଉଛନ୍ତି ଜଣେ ଆମେରିକୀୟ ସନ୍ତରଣକାରୀ । ୧୯୮୫ ମସିହା ଜୁନ୩୦ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ମେରିଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ସେ ଏପପର୍ଯ୍ୟନ୍ତ ଅଲମ୍ପିକ୍ସରୁ ମୋଟ ୨୮ଟି ପଦକ ଜିତିଛନ୍ତି । ସେଥିମଧ୍ୟରୁ ୨୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୨ଟିବ୍ରୋ ପଦକ ଅଟେ । ମାଇକେଲ ଫେଲ୍ପସ୍ ତାଙ୍କ ସନ୍ତରଣ କ୍ୟାରିୟରରେ ୩୯ଥର ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତ ଓ ଆନ୍ତର୍ଜାତୀୟ ସ୍ତରରେ ମୋଟ ୮୩ଟି ପଦକ ଜିତିଛନ୍ତି ଯାହା ମଧ୍ୟରୁ ୬୬ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଓ ତିନିଟି ବ୍ରୋ ପଦକ ରହିଛି । ମାତ୍ର ୧୫ବର୍ଷ ବୟସରେ ସେ ତାଙ୍କ ଜୀବନର ପ୍ରଥମ ଅଲମ୍ପିକ୍ସରେ ଯୋଗ ଦେଇଥିଲେ । ସେ ୨୦୦୧ ମସିହାରେ ୨୦୦ମି ବଟର ଫ୍ଲାଏରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ଓ ୱାର୍ଲଡ ଚାମ୍ପିଆନସିପ ହୋଇଥିଲେ । ସେ ଏପର୍ଯ୍ୟନ୍ତ ୮ଥର ‘ୱାର୍ଲଡ ସ୍ୱିମର ଅଫ ଦି ଇୟର’ ଓ ୧୧ଥର ‘ଆମେରିକାନ୍ ସୁଇମର ଅଫ ଦି ଇୟର’ ଆୱାର୍ଡ ପାଇଛନ୍ତି । ଏହା ସହିତ ସେ ୨୦୧୨ ଓ ୨୦୧୬ରେ ‘ୠଓଘଇ ସୁଇମର ଅଫ ଦି ଇୟର ଆୱାର୍ଡ’ ମଧ୍ୟ ପାଇଛନ୍ତି ।