ଅଲମ୍ପିକରୁ ପଦକ ଜିତିଥିବା ଭାରତର ପ୍ରଥମ ମହିଳାଙ୍କ ବିଷୟରେ ଜାଣନ୍ତୁ
ଅଲମ୍ପିକରୁ ପଦକ ଜିତିଥିବା ଭାରତର ପ୍ରଥମ ମହିଳାଙ୍କ ବିଷୟରେ ଜାଣନ୍ତୁ

ଅଲମ୍ପିକ ହେଉଛି ଏକ ବଡ କ୍ରୀଡା ଉସôବ । ଏଥିରେ ଖେଳାଳୀମାନେ ନିଜ ଦେଶକୁ ପ୍ରଦର୍ଶନ କରନ୍ତି । ଏଥିରେ ପଦକ ଜିତିବା ପାଇଁ ଖେଳାଳୀମାନେ ପ୍ରାଣପ୍ରଣେ ଚେଷ୍ଠା କରିଥାନ୍ତି । ଆମ ଦେଶ ଭାରତ ଏପର୍ଯ୍ୟନ୍ତ ଅଲମ୍ପିକ୍ରୁ ୨୮ଟି ପଦକ ଜିତିଛି । ଏହା ଭିତରେ ‘କର୍ଣ୍ଣମ ମାଲ୍ଲେଶ୍ୱରୀ’ ହେଉଛନ୍ତି ଭାରତ ପାଇଁ ପଦକ ଜିତିଥିବା ପ୍ରଥମ ମହିଳା । ସେ ୧୯୭୫ ମସିହା ଜୁନ୧ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜୁନିୟର ୱେଟ୍ ଲିଫ୍ଟିଙ୍ଗ ଚାମ୍ପିୟାନସିପରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେଠାରେ ସେ ପ୍ରଥମ ସ୍ଥାନରେ ରହିଥିଲେ । ୧୯୯୨ମସିହା ଏସିଆନ ଚାମ୍ପିଆନସିପ୍’ରେ ମାଲ୍ଲେଶ୍ୱରୀ ୩ଟି ରୌପ୍ୟ ପଦକ ଜିତିଥିଲେ । ସେ ମଧ୍ୟ ‘ବିଶ୍ୱ ଚାମ୍ପିଆନସିପ୍’ରେ ୩ଟି ବ୍ରୋ ପଦକ ଜିତିଥିଲେ । ୧୯୯୭ରେ ବିବାହ ଯୋଗୁଁ ସେ କିଛି ସମୟ ବିରତି ନେଇଥିଲେ । ୧୯୯୮ମସିହାରେ ‘ବ୍ୟାଙ୍କକ୍ ଏସିଆନ ଗେମ୍ସ’ରେ ଭାଗ ନେଇ ଏକ ରୌପ୍ୟ ପଦକ ଜିତିଥିଲେ ଓ ୧୯୯୯ରେ ସେ ‘ଏଥେନ୍ସ ବିଶ୍ୱ ୱେଟ ଲିଫ୍ଟଙ୍ଗ ଚାମ୍ପିୟନସିପ’୍ ପଦକ ଜିତିବାରେ ଅସମର୍ଥ ହୋଇଥିଲେ । କିନ୍ତୁ ତାଙ୍କର ବଡ ସଫଳତା ୨୦୦୦ମସିହା ‘ସିଡନୀ ଅଲମ୍ପିକ୍ସ’ରେ ହୋଇଥିଲା, ଯେଉଁଠାରେ ସେ ପ୍ରଥମ ଭାରତୀୟ ମହିଳା ଅଲମ୍ପିକ ମେଡାଲିଷ୍ଟ ହୋଇଥିଲେ । ଅଲମ୍ପିକ ଜିତିବା ପୂର୍ବରୁ ମାଲ୍ଲେଶ୍ୱରୀ ୨ଥର ୱେଟଲିଫ୍ଟିଙ୍ଗରେ ୱାର୍ଲଡ ଚାମ୍ପିୟନ ହେବା ସହ ୨୯ଟି ଇ ରନେସ୍ନାଲ ମେଡାଲ ଜିତିଥିଲେ । ଏହା ସହିତ ସେ ୧୯୯୪ମସିହାରେ ଅର୍ଜୁନ ପୁରଷ୍କାର, ୧୯୯୫ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାର ଓ ୧୯୯୯ରେ ପଦ୍ମଶ୍ରୀ ପୁରଷ୍କାର ପାଇଥିଲେ । ୨୦୨୧ରେ ଦିଲ୍ଲୀ ସରକାର ତାଙ୍କୁ ଦିଲ୍ଲୀ ସ୍ପୋର୍ଟସ ୟୁନିଭର୍ସିଟିର ଭାଇସ ଚାନ୍ସେଲର ଭାବେ ନିଯୁକ୍ତି କରିଛନ୍ତି ।