ପିପିଲି ଉପନିର୍ବାଚନ : କଂଗ୍ରେସରୁ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ
ପିପିଲି ଉପନିର୍ବାଚନ : କଂଗ୍ରେସରୁ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ
admin
Mar 27, 2021 - 13:51
Updated: Mar 27, 2021 - 13:51
ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ । ବିଜେପି ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିଛି ।
ପ୍ରକାଶ ଯେ, ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମଙ୍ଗଳବାରଠାରୁ ପ୍ରାର୍ଥୀନାମାଙ୍କନ ଦାଖଲ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମାର୍ଚ୍ଚ ୩୦ ତାରିଖ ନାମାଙ୍କନର ଶେଷ ଦିନ। ସେହିପରି ମାର୍ଚ୍ଚ ୩୧ ତାରିଖରେ ହେବ ନାମାଙ୍କନପତ୍ର ଯାଞ୍ଚ। ଏପ୍ରିଲ ୩ ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ତେବେ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।