ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ୟେସ୍ ବ୍ୟାଙ୍କ କେଳେଙ୍କାରୀକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଅର୍ଥ ଜମା କରିବା ପଛରେ ଷଡଯନ୍ତ୍ର କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ସଭ୍ୟ ଥିବା ଚାଟାର୍ଡ ଆକାଉଂଟାଂଟ ବିଜୟ ସାହୁଙ୍କ କଳାପାହାଡ଼ ଭଳି ଭୂମିକା ନିର୍ବାହ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ପ୍ରଦୀପ୍ତ ମହାପାତ୍ରଙ୍କ ର ଭୂମିକା ବି ସନ୍ଦେହ ଘେରରେ ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ଏହି ଆନେ୍ଦାଳନ କଂଗ୍ରେସ ଭବନରୁ ବାହାରି ଲୋୟର ପିଏମ୍ଜି ଅଭିମୁଖେ ଯାତ୍ରା କରିଥିଲା । ସେଠାରେ ଓଡିଶା ସରକାରଙ୍କ କୁଶପୁତଳିକା ଦାହ କରିବା ସହିତ ବିଜୟ ସାହୁଙ୍କ ଲାଇସେନ୍ସ ରଦ୍ଧ ଓ ପ୍ରଦୀପ ମହାପାତ୍ରଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରାଯାଉ ବୋଲି ଦାବୀ କରିଥିଲେ ।